ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ଆଲୋଚନା ସଭା

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଅନ୍ତର୍ଗତ ତିଳେଶ୍ବର ଗ୍ରାମର ଠାକୁରାଣୀ ମନ୍ଦିର ପରିସରରେ ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟିର ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବରିଷ୍ଠ କୃଷକ ନେତା ଶମ୍ଭୁ ପଣ୍ଡା ସଭାପତିତ୍ବ କରିଥିଲେ। ଏକଦା ସାନଖେମୁଣ୍ଡି ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟ ସିପିଆଇ ର ଦୁର୍ଗ ଭାବେ ପରିଗଣିତ ହେଉଥିବା ବେଳେ ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ଦଖଲ କରି ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇଥିଲା। ସ୍ଥାନୀୟ ବିବିଧ ଜନସମସ୍ୟାକୁ ନେଇ ସିପିଆଇ ନେତୃବୃନ୍ଦଙ୍କ ଲଢେଇ ଯୋଗୁଁ ପ୍ରଶାସନିକ ସ୍ତରରେ ପାର୍ଟିର ବେଶ୍ ଖ୍ୟାତି ମଧ୍ୟ ରହିଥିଲା। ବର୍ତ୍ତମାନ ପୁଣି ଥରେ ସେହି ଗୌରବମୟ ଅତୀତକୁ ଫେରାଇବା ପାଇଁ ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ପଞ୍ଚାୟତ ସ୍ତରରେ ସିପିଆଇ ର ନେତୃବୃନ୍ଦ  ଓ କର୍ମୀ ମାନେ ଏକାଠି ହେଉଥିବା ଦେଖାଯାଇଛି। ପଞ୍ଚାୟତ ଗୁଡିକରେ ରହିଥିବା ପାନୀୟଜଳ ସମସ୍ୟା, କୃଷି ଓ କୃଷକଙ୍କ ସମସ୍ୟା ସହିତ ସାନଖେମୁଣ୍ଡି ବ୍ଲକ ବିଭିନ୍ନ କାର୍ଯ୍ୟାଳୟରେ ଚାଲିଥିବା ଅଫିସର ରାଜ ବିରୋଧରେ କ୍ରିୟାନୁଷ୍ଠାନ କମିଟି ଜନ ସଚେତନତା ସୃଷ୍ଟି କରିବା ସହିତ ପାର୍ଟି କୁ ପୁଣି ଲୋକାଭିମୁଖୀ କରିବା ଲକ୍ଷ୍ୟରେ ରହିଛି।  ଆଲୋଚନା ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ, ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ, ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନ, ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ବାଇଁ, ଭଗବାନ ରାଉତ, ଅଶୋକ ଜେନା, , ସୂର୍ଯ୍ୟ ଦଳବେହେରା, ମନୋହର ପଣ୍ଡା, ଶ୍ୟାମସୁନ୍ଦର ଦୋରା, କୃଷ୍ଣମୂର୍ତ୍ତି ପାତ୍ର, କୈଳାସ ଚନ୍ଦ୍ର ପାତ୍ର, ବିଶ୍ବନାଥ ବରାଡ, ଗୋଲା ସ୍ବାଇଁ, ଭାସ୍କର ମହାନ୍ତି, ଅନନ୍ତ ମହାଙ୍କୁଡ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ମୁଖିଆ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ