୭୭ ଶିଶୁ ମୃତ୍ୟ ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
କୋଟା- ଏକ ମାସ ଭିତରେ ୭୭ ଜଣ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରାଜସ୍ଥାନର କୋଟାଠାରେ ଥିବା ଜେକେ ଲୋନ ସରକାରୀ ହସ୍ପିଟାଲ ମୃତ୍ୟହୋଇଥିବା ସମସ୍ତ ଶିଶୁ ଙ୍କ ବୟସ ୧ ବର୍ଷ ମଧ୍ୟରେ ହେବ । ଏହି ଘଟଣାକୁ ଗମ୍ଭିରତାର ସହ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ବୈଭବ ଗାଲରିୟାଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଟି ଶୁକ୍ରବାର ସଂଧ୍ୟାରେ କୋଟ ପହଞ୍ଚିଛି । ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଏଚଏଲ ମୀଣାଙ୍କୁ କମିଟି ପଚରାଉଚରା କରୁଛି ।ହସ୍ପିଟାଲରେ ଚଳିତ ସପ୍ତାହରେ ୧୦ ଜଣ ନଗଜାତଙ୍କ ମୃତ୍ୟୁ ହୋଇଛି । ଏହି ପୁରା ମାମଲାକୁ ହସ୍ପିଟାଲ ପ୍ରଶାସନ ପ୍ରଥମେ ସ୍ୱଭାବିତ ଏବଂ ସାମାନ୍ୟ ଦର୍ଶାଇ ଦବାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇବା ଆରମ୍ଭ କରିଛନ୍ତି । ଶିଶୁଙ୍କ ମୃତ୍ୟହେବାପଛରେ ସଂକ୍ରମଣକୁ ମୁଖ୍ୟ କାରଣ ବୋଲି ଜଣାପଡିଛି ।