ଗଜପତି ଯୁବ ଉତ୍ସବ ବିଜେତା ଚୟନରେ ପାତରଅନ୍ତର ଅଭିଯୋଗ

ପାରଳାଖେମୁଣ୍ଡି,(ତାରିଣୀ):  ଗଜପତିର ଯୁବ ଉତ୍ସବରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେଇଥିବା  କଳାକାରମାନଙ୍କ ମଧ୍ୟରେ  ବିଜେତା ଚୟନରେ ପାତରଅନ୍ତର ନୀତି ଅପଣାଇଥିବା  ରାଧାରାଣୀ ପଟ୍ଟନାୟକ , ରାଜୀବ ପଣ୍ଡା,ଶିଶିର ଗୌଡ଼, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଅଭିଯୋଗ  କରିଛନ୍ତି. କଳାକାରମାନେ ଏନେଇ ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ନିକଟରେ କଳାକାରମାନେ ଲିଖିତ ଅଭିଯୋଗ କରିଛନ୍ତି  । ଅଭିଯୋଗ ପ୍ରକାରେ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ପୂର୍ବରୁ କିଛି ନିୟମ ଘୋଷଣା କରଯାଇଥିବା ବେଳେ ତାର ବ୍ୟତିକ୍ରମ କରି ବିଜେତା ଘୋଷଣା କରାଯାଇଛି , ଏହାକୁ ପ୍ରତିବାଦ କରିବାରୁ ଜିଲ୍ଲା ସଂସ୍କୃତି ଅଧିକାରୀ କୁଆଡେ ଦୃବ୍ୟବହାର କରିଥିବା ଭଳି ଅଭିଯୋଗ ଆଣିଛନ୍ତି । କେବଳ  ଲାଇଭ ପରିବେଷଣ ପାଇଁ  କୁହାଯାଇଥିବା ବେଳେ ରେକର୍ଡ ସଙ୍ଗୀତରେ ନାଚ ପରିବେଶଣକୁ କିଭଳି ବିଜେତା ଘୋଷଣା କରାଗଲା ବୋଲି ପ୍ରଶ୍ନ କରିଛନ୍ତି ।
ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ  ପରେ ପଦକ୍ଷେପ ନିଆଯିବ ବୋଲି ଭରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହନେନାଗା କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ