ହିମାଚଳ ପ୍ରଦେଶରେ ଅମିତ ଶାହ
ସିମଲା -ଦେଶର ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶ ଶତପ୍ରତିଶତ ଘରକୁ ଏଲପିଜି ସଂଯୋଗ କରିପାରିଛି ବୋଲି ଏକ ସ୍ୱତନ୍ତ୍ର କ।ର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟରେ ଗୃହିଣୀ ସୁବିଧା ଯୋଜନା ଅନୁଯାୟୀ ୨.୬୪ ଲକ୍ଷ ମାଗଣା ରୋଷେଇ ଗ୍ୟାସ ସଂଯୋଗ କରାଯାଇଛି । ଦେଶର ସମସ୍ତ ଘରକୁ ଧୂଆଁମୁକ୍ତ କରିବା ସହ ପରିବେଶ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜ୍ବଳା ଯୋଜନାର ଶୁଭାରମ୍ଭ କରିଥିଲେ ।


