ସେଣ୍ଟ ଜାଭିୟର୍ସ ହାଇସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଏବଂ ସିବିଏସ୍‌ଇ ଆଫିଲେସନ୍ ଦିବସ ପାଳନ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଏବଂ ସିବିଏସ୍‌ଇ ଆଫିଲେସନ୍ ଦିବସ ପାଳନ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଆନନ୍ଦପୁର  ବିଧାୟକ  ଅଭିମନ୍ୟୁ ସେଠୀ, ମୁଖ୍ୟବକ୍ତା ଭାବେ ଏ ଆଇ ଏଫ ଇ ଏଫ ର ସମ୍ପାଦକ ତଥା ଏଲୋଷ୍ଟା ର ଯୁଗ୍ମ ମୁଖ୍ୟ ଉପଦେଷ୍ଟା କମଳ ଲୋଚନ ବିଶ୍ଵାଳ,  ସମ୍ମାନିତ ଅତିଥି ଭାବେ ହାଟଡିହି ବ୍ଲକର ବିଇଓ ରାଜୀବ ଦଳେଇ, ନରେନ୍ଦ୍ରନାଥ ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା  ନରେନ୍ଦ୍ରନାଥ କର,  ଭଦ୍ରକର ଭିଜିଲାନ୍ସ ଡ଼ିଏସପି  ଦୁଷ୍ମନ୍ତ କୁମାର ନାୟକ, ସମାଜସେବୀ ଆଲୋକ ସେଠୀ, ଓଡିଶା ତାଇକୋଣ୍ଡା ସଂଗଠନର ଯୁଗ୍ମ ସମ୍ପାଦକ ଚିନ୍ମୟ ବେହେରା ପ୍ରମୁଖ ଯୋଗଦେଇଥିଲ। କେବଳ ଶିକ୍ଷାଗ୍ରହଣ କରି ଛାତ୍ରଛାତ୍ରୀମାନେ ଯେ ନିଜକୁ ପ୍ରତିଷ୍ଠିତ କରିପାରିବେ ତାହା ନୁହେଁ ନାଚ, ଗୀତ, କ୍ରୀଡା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କଲେ ନିଜକୁ ପ୍ରତିସ୍ଥାପିତ କରିପାରିବେ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ।  ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିଶ୍ୱାଳ ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କାରୀ  କରି ଗଢି ତୋଳିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷାମାଧ୍ୟମରେ ଗୁଣାତ୍ମକ ପରିବର୍ତ୍ତନ ଆଣିଲେ ସେମାନେ ଯେ ଦିନେ ନା ଦିନେ ଦେଶର ଭବିଷ୍ୟତ ଗଠନରେ ସହାୟକ ହେବେ ବୋଲି ସମ୍ମାନିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ନିର୍ଦ୍ଦେଶକ ଇଞ୍ଜିନିୟର  ଉଦୟନାଥ କର, ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମିତ୍ କୁମାର ସିଂ ଓ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋଲକ ବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ର କୃତ୍ତି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟର ବାର୍ଷିକ ପତ୍ରିକା  ‘ଉଦୟ’ ଉନ୍ମୋଚନ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସିଂ, ଶିକ୍ଷକ ପାର୍ଥ ସାରଥୀ ଜେନା ଏବଂ ଦୁଇ ଦିବ୍ୟାଙ୍ଗ ଭାଇ ନୃସିଂହ ଚରଣ ଜେନା ଓ ରଞ୍ଜନ ପଣ୍ଡାଙ୍କୁ  ମାନପ‌ତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ବରିଷ୍ଠ ପୁରାତନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ ବେହେରା, ବିଜୟ କୁମାର ପହି, ପାର୍ଥ ସାରଥୀ ଜେନା, ଦେବାଶିଷ ରାଉତ, ଦୟାନିଧି ଚିନରା, ପ୍ରଶାନ୍ତ କୁମାର ଦାସ, ହିମାଂଶୁ ରଞ୍ଜନ ବାରିକ୍, ବ୍ରହ୍ମାନନ୍ଦ ମଲ୍ଲିକ, ସୁନିଲ କୁମାର ରାଉତ, ସଂଗ୍ରାମ କେଶରୀ ପଟ୍ଟନାୟକ, ସୁଦିପ୍ତ ଦାଶ, ବ୍ରହ୍ମାନନ୍ଦ ମଲ୍ଲିକ, ଉମାକାନ୍ତ ରାଉତ, ନିରଞ୍ଜନ ବାରିକ୍, ବାଦଲ ଜେନା, ତନୁଶ୍ରୀ ତନୟା ପହି, ଉର୍ମୀ ମହାନ୍ତି, ଶୁଭଶ୍ରୀ ପଣ୍ଡା, ବିଷ୍ଣୁପ୍ରିୟା ଦାଶ, ପ୍ରୀତିନନ୍ଦା ମଲ୍ଲିକ, ଭାଗ୍ୟଶ୍ରୀ ସାହୁ, ବିଶ୍ଵଭାରତୀ ମିଶ୍ର, ଚିନ୍ମୟୀ ସାହୁ, ଏସ୍. ବି. ସାଇମଗ୍ନା, ସସ୍ମିତା କର, ସାଇକ୍ରିଷ୍ଣା ଜେନା, ମୋନାଲିସା ବାରିକ୍, ତନୁଶ୍ରୀ ତନୟା ଓଝା, ଇପ୍ସିତା ମିଶ୍ର, ମଞ୍ଜୁଲତା ଖୁଣ୍ଟିଆ, ଉର୍ମିଳା ସେଠୀ ଓ ମନୋରମା ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ