ବଡ଼ପଙ୍କଳବାଡ଼ିରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ବଡ଼ପଙ୍କଳବାଡ଼ି ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଡିସେମ୍ବର ୮ ତାରିଖ ଦିନ ବଡପଙ୍କଳବାଡି ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ବଡ଼ପଙ୍କଳବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ମୋଟ ୩୯ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୩୮ ଟି ବ୍ୟକ୍ତି ଗତ ଓ ଗୋଟିଏ ଗୋଷ୍ଠୀଗତ ଥିଲା। ଏହି ଶିବିରରେ ନୂତନ ରାସନ କାର୍ଡ ଓ ଘର ପଟ୍ଟା ପ୍ରଦାନ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୋଲସରା  ତହସିଲଦାର ଦିପ୍ତିମୟୀ ପାତ୍ର , ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ଭକ୍ତ ଚରଣ ଦଳାଇ, ପୁଲିସ ଅଧିକାରୀ ବିମଳ କଅଁର, ସିଡିପିଓ ତିଳୋତ୍ତମା ରାଉତ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ସରପଞ୍ଚ ଭାରତୀ ବେହେରା, ଖାଦ୍ୟଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଦେହୁରୀ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ଗ୍ରାମ୍ଯ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜିବ ପାତ୍ର, କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସନୁଜ୍ କୁମାର, ଯନ୍ତ୍ରୀ ଶ୍ରୀକାନ୍ତ ଜେନା, ମେଡିକାଲ ଅଫିସର ରାଜପ୍ରସାଦ ଖଟୁଆ ସମେତ ବିଭିନ୍ନ ବିଭାଗ ର କର୍ମଚାରୀ ଜନଶୁଣାଣୀରେ ଯୋଗଦେଇଥିଲେ। ଜନଶୁଣାଣୀ ଅଫିସର ଲିପ୍ସା ରାଣୀ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପିଇଓ ପବିତ୍ର କୁମାର ପରିଡା, ଏଡିଓ ଅଶ୍ୱିନ ଗୌଡ଼, ଯୋଗାଣ ସହାୟକ ଅମରେଶ ମିଶ୍ର ସମେତ ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ପି ନୂଆଗାଁ ଓ ମଙ୍ଗଳପୁର ଗ୍ରାମକୁ ପିଇବା ପାଣି ଦୀର୍ଘ ଏକ ବର୍ଷ ଧରି ମିଳୁନଥିବା ଯୋଗୁଁ ଉଭୟ ଗ୍ରାମବାସୀ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ପୋଲସରା ବିଡିଓ ଶଶୀ ଭୂଷଣ ମହାପାତ୍ରଙ୍କୁ ଦାବୀ ଜଣାଇଲେ। ବିଡିଓ ଶ୍ରୀ ମହାପାତ୍ର ଏହାର ମରାମତି ଯୁଦ୍ଧ କାଳୀନ ଭିତ୍ତିରେ କରାଯାକ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ