ଗ୍ରାମକଣ୍ଠକ ପଟ୍ଟା ନିମନ୍ତେ ଆବେଦନ ତାରିଖର ଅବଧି ବୃଦ୍ଧି

 ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ଗ୍ରାମ କଣ୍ଠକ ହିତାଧିକାରୀ ଙ୍କ ନିମନ୍ତେ ଖୁସି ଖବର, ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମ କଣ୍ଠକ ପଟ୍ଟା ନିମନ୍ତେ ଆବେଦନକାରୀ ଙ୍କ ଅବଧି ତାରିଖ ସମୟ ସୀମା କୁ ବୃଦ୍ଧି କରାଯାଇଛି, ଏହା ଆସନ୍ତା ୨୦୨୭ ମାର୍ଚ୍ଚ ୩୧ କୁ ଅବଧି ର ଶେଷ ତାରିଖ  ଧାର୍ଯ୍ୟ କରାଯାଇଛି ବୋଲି ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା ସୂଚନା ଦେଇଛନ୍ତି, ପୂର୍ବରୁ ରୁ ଗ୍ରାମ କଣ୍ଠକ ପଟା ନିମନ୍ତେ ହିତାଧିକାରୀ ଙ୍କ ନିମନ୍ତେ ଆବେଦନ ତାରିଖ ୨୦୨୫ ମାର୍ଚ୍ଚ ୩୧ କୁ ସମୟ ସୀମା ରହିଥିବା ବେଳେ ଜିଲ୍ଲାର ହିତାଧିକାରୀ ସୁବିଧା ନିମନ୍ତେ ସମୟ ସୀମାକୁ ବୃଦ୍ଧି କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା, ଏନେଇ ହିତାଧିକାରୀ ଙ୍କ ହିତ କୁ ଦୃଷ୍ଟି ରଖି ଆବେଦନ ତାରିଖ କୁ ପରିବର୍ତ୍ତନ କରି ଏହାକୁ ୨୦୨୭ ମାର୍ଚ୍ଚ ୩୧ ତାରିଖ ନିମନ୍ତେ ଅବଧି କୁ ବୃଦ୍ଧି କରାଯାଇଛି,  ରାଜ୍ୟ ବିପର୍ଯ୍ୟ ୟ ପରିଚାଳନା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା  ୪୩୬୭୧ ତା ୧୯. ୧୧. ୨୦୨୫ ରେ ଆସିଛି, ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ୩୦ ହଜାର ରୁ ଅଧିକ ଗ୍ରାମ କଣ୍ଠକ ମାମଲା ଗୁଡିକ ଫଇସଲା ନିମନ୍ତେ ପେଣ୍ଡିଙ୍ଗ ରହିଥିବା ରାଜସ୍ୱ ବିଭାଗ ପକ୍ଷରୁ ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ