ସିସିଆରଟି ଦ୍ୱାରା ଆୟୋଜିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ଗଜପତିର ୨ ଶିକ୍ଷକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ରାଜସ୍ଥାନରେ ସିସିଆରଟି ଦ୍ୱାରା ଆୟୋଜିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗଜପତିର 2 ଶିକ୍ଷକ ଯୋଗ ଦେଇଥିବା ସୂଚନା ମିଳିଛି. ସିସିଆରଟି ତଥା ସେଣ୍ଟର୍ ଫର୍ କଲ୍ଚୁରାଲ୍ ରିସୋର୍ସ ଟ୍ରେନିଙ୍ଗ, ରିଜିଅନାଲ୍ ସେଣ୍ଟର୍ ଉଦୟପୁର, ରାଜସ୍ଥାନରେ ଜାତୀୟ ଶିକ୍ଷା ନୀତି ଅନୁସାରେ ଜାତୀୟ ସ୍ତରରେ ଆୟୋଜିତ ହୋଇଥିବା ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ଶିକ୍ଷକମାନେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ନଭେମ୍ବର 26 ରୁ ଡିସେମ୍ବର 16 ପର୍ଯ୍ୟନ୍ତ ଉଦୟପୁର ରିଜିଅନାଲ୍ ସେଣ୍ଟରରେ ଆୟୋଜିତ ହେଉଛି।ଏହି ପ୍ରଶିକ୍ଷଣରେ ଓଡ଼ିଶା ରାଜ୍ୟରୁ 4 ଜଣ ଶିକ୍ଷକ ଚୟନ ହୋଇ ଅଂଶଗ୍ରହଣ କରିଛନ୍ତି. ସେମାନଙ୍କ ମଧ୍ୟରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାମକୃଷ୍ଣ ବୋମାଲୀ ଏବଂ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଗୋଠକେଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିବରାମ ମଣ୍ଡଳଙ୍କ ସମେତ ଓଡିଶାର ଯାଜପୁର ଜିଲ୍ଲାରୁ   ଶୁଭ୍ରାଂଶୁ ଭୂଷଣ ନାୟକ ଓ ଚିନ୍ମୟ କୁମାର ରଥ 2 ଜଣ ଶିକ୍ଷକ ମଧ୍ୟ ଏହି ସମାବେଶରେ ଯୋଗ ଦେଇଛନ୍ତି ବୋଲି ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ