ବୁଗୁଡା ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବାଧିକାର ଦିବସ ପାଳନ
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବାଧିକାର ଦିବସ ବୁଗୁଡା କୋର୍ଟ ବାର ଏସୋସିଏସନ କକ୍ଷରେ ଡିସେମ୍ବର ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମାନବାଧିକାର ଦିବସ ଉପଲକ୍ଷେ ବିଚାରପତି ତଥା ବୁଗୁଡା ତାଲୁକା ଆଇନ ସେବା ପ୍ରାଧିକରଣ ଚେୟାରମ୍ୟାନ ସୁଧା ଶ୍ରୀ ସୁର୍ଝାଳିଆଙ୍କ ଅଧ୍ୟକ୍ଷତାରେ ବୁଗୁଡା ବାର ଏସୋସିଏସନ ସଦସ୍ୟ ଓ ସଦସ୍ୟା ବୃନ୍ଦଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଆନ୍ତର୍ଜାତିକ ସ୍ତରରେ ଡିସେମ୍ବର ୧୦ ତାରିଖ ଦିନ ମାନବାଧିକାର ଦିବସ ପାଳନ ହେଉଥିବା ବେଳେ ମାନବାଧିକାରର ସୁରକ୍ଷା ପାଇଁ ଆଲୋଚନା ହୋଇଥିଲା। ଏହି ବୈଠକ ପୂର୍ବରୁ ତାଲୁକା ଆଇନ ସେବା ପ୍ରାଧିକରଣ ଓ ବାର ଏସୋସିଏସନ ପକ୍ଷରୁ ମିଳିତ ଭାବେ ଡିସେମ୍ବର ୯ ତାରିଖ ଦିନ କୋର୍ଟ ପରିସରରେ ହୃଦଘାତ ଯୋଗୁଁ ମୃତ୍ୟୁ ବରଣ କରିଥିବା ଆଡଭୋକେଟ ପ୍ରକାଶ ଚନ୍ଦ୍ର ଭୂୟାଁଙ୍କ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା ସହ ଶୋକ ସଭା ଅନୁଷ୍ଠିତ ହୋଇଥିଲା।


