ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ପାରଳା ରାଜ ପରିବାର ତରଫରୁ ଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ପାରଳାଖେମୁଣ୍ଡି ରାଜ ପରିବାର ତରଫରୁ ଦାନ କରାଯାଇଛି। ପାରଳା ରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ କନିଷ୍ଠ ପୁତ୍ର ସ୍ୱର୍ଗତ ମାଧବ ସୁନ୍ଦର ଗଜପତି ଦେଓଙ୍କ ଶ୍ରାଦ୍ଧ ଦିବସରେ ପାରଳା ରାଜଜେମା କଲ୍ୟାଣୀ ଦେବୀ ଗଜପତି ନିଜ କନିଷ୍ଠ ପିତାମହଙ୍କ ସ୍ମୃତିରେ ଘରର ଇଷ୍ଟ ଠାକୁର ଜଗନ୍ନାଥଙ୍କ ପାଇଁ ଲକ୍ଷେ ଟଙ୍କା ଅର୍ଥ ରାଶି ପ୍ରଦାନ କରିଛନ୍ତି । କନିଷ୍ଠ ପିତାମହଙ୍କ ଇଚ୍ଛା ପୂରଣ ପାଇଁ ଏହି ଅର୍ଥ ବ୍ୟାଙ୍କ୍‌ରେ ଜମା କରିଛନ୍ତି। ମନ୍ଦିର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ