୫ଶହ ରୁ ଅଧିକ ଉଠାଜଳସେଚନ ପମ୍ପ ଅଚଳ

ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା କୃଷି ପ୍ରଧାନ ଜିଲ୍ଲା ଅଟେ l ଜିଲ୍ଲାର କୃଷକ ଓ ଶ୍ରମିକ ପ୍ରାୟ ୮୦%ଲୋକ କୃଷି ଉପରେ ନିର୍ଭର କରି ପରିବାର ପୋଶୁଛନ୍ତି ମାତ୍ର ଜିଲ୍ଲାରେ ୫୦%ଭାଗ ଜମିକୁ ଜଳସେଚନ ଥିବାରୁ ଦୋ ଫସଲି ଚାଷ ହେଉନାହିଁ l ଉଠାଜଳସେଚନ ପମ୍ପ ଗୁଡିକ ନିଶ୍ଚିତ ଜଳସେଚନ ସୁବିଧା କରିଥାଏ  l ରବି ରେ ମଧ୍ୟ ଚାଷୀମାନେ ଏହିପମ୍ପ ଉପରେ ନିର୍ଭାର କରି ପନିପରିବା ଆଦିଚାଷ କରିଥାନ୍ତି l ମାତ୍ର ଏବେ ବର୍ଷା ଅଭାବରୁ ଧାନ ତଳି ପୋଡି ହଳଦିଆ ଗଛ ହୋଇଗଲାଣି l ଏଣୁ ତଳି କୁ ବଞ୍ଚାଇବା ପାଇଁ ଚାଷୀ କିରୋସିନି ପମ୍ପ ଦ୍ୱାରା ପାଣି ମଡ଼ାଇ ତଳିକୁ ବଞ୍ଚାଉଛନ୍ତି  l ମାତ୍ର ଯଦି ପମ୍ପ ଗୁଡିକ ଚାଲିଥାନ୍ତ ତେବେ ଅଂଚଳ ରେ ରୁଆ କାମ ମଧ୍ୟ୍ୟ ହୋଇପାରିଥାନ୍ତା l କେତେକ ପମ୍ପ ବିଦ୍ୟୁତ ବିଲ ବକେୟା ଥିବାରୁ ଚାଲୁନଥିବା ବେଳେ କେତେକ ପମ୍ପ ମରାମତି ଅଭାବରୁ ଅଚଳ ଅଛି  l ଆଉ କେତେକ ପମ୍ପ ଟାଟା କମାନୀ ର ଅବହେଳା ଯୋଗୁଁ ପମ୍ପ ଅଚଳ ହୋଇରହିଛି   l ଏହା ସହ ପମ୍ପ ଠିକାଦାର ଙ୍କ ଅବହେଳା ଯୋଗୁଁ କାମ ହେଉନାହିଁ  l ଏଣୁ ଜିଲ୍ଲାପ୍ରଶାସନ ଏଥି ପତ୍ରି ଗୁରୁତ୍ୱ ଦେଇ କାମ କରିବାକୁ ଋଷିକୂଲ୍ୟା ରୟତ ମହାସଭା ତରଫରୁ ଦାବୀ କରିଛନ୍ତି  l ନ ହେଲେ ଚଳିତ ବର୍ଷରେ ଧାନ ଅମଳ ବାଧାପ୍ରାପ୍ତ ହେବ ବୋଲି ସମ୍ପାଦକ ସିମାଞ୍ଚଳ ନାହାକ କହିଛନ୍ତି l ଏଣୁ ସରକାର ଏଥିପ୍ରତି ନଜର ଦେବା ଦରକାର ବୋଲି ସେ ଏକ ପ୍ରେସ ବିବୃତି ଯୋଗେ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ