ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା; SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ
କଟକ (ଓ୍ବାଇଏନଏସ): ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା । ମନୋଜ ପାଢୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର SC/ST କୋର୍ଟ । SCERTର ନିଲମ୍ବିତ ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ। ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଗିରଫ ହୋଇଥିଲେ SCERTର ପୂର୍ବତନ ନିର୍ଦ୍ଦେଶକ । ତାଙ୍କ ସହିତ 5ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ସରକାର । ତେବେ କଟକର ସ୍ବାତନ୍ତ୍ର ଏସସି/ଏସଟି କୋର୍ଟ ସର୍ତ୍ତମୂଳକ ଭାବେ ଜାମିନ ପ୍ରଦାନ କରିଛନ୍ତି । ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଜୁଲାଇ ୧୪ ତାରିଖରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି ମାମଲାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (TE & SCERT)ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ (୫୭)ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କରି ଜେଲକୁ ପଠାଇଥିଲା । କଟକ JMFC-୩ କୋର୍ଟକୁ ଚାଲାଣ: ମନୋଜଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା । ଏହା ପରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦଳ ମନୋଜଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା । ସେହି ଦିନ ଅପରାହ୍ନରେ ତାଙ୍କୁ କଟକ JMFC-3 କୋର୍ଟକୁ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ମୁଦ୍ରଣ ପାଇଁ ପ୍ରସ୍ତୁତ ପାଣ୍ଡୁଲିପିକୁ ଯାଞ୍ଚ କରି ନଥିବା ଅଭିଯୋଗ:କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ, ମନୋଜ ପାଢୀ SCERT ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆପରାଧିକ କାର୍ଯ୍ୟ କରିଥିଲେ । ସଞ୍ଜୟ NEP-୨୦୨୦ ଅନୁଯାୟୀ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାର ତଦାରଖ, ସମନ୍ୱୟ, ନିରୀକ୍ଷଣ ଏବଂ ଅନୁମୋଦନ ଦାୟିତ୍ୱରେ ଥିଲେ । ହେଲେ ସେ ତାଙ୍କ ଦାୟିତ୍ୱ ପାଳନ କରିବାରେ ଅବହେଳା କରିଥିଲେ । ଏପରିକି ମୁଦ୍ରଣ ପାଇଁ ପ୍ରସ୍ତୁତ ପାଣ୍ଡୁଲିପିଗୁଡ଼ିକୁ ଯାଞ୍ଚ ନକରି ପ୍ରକାଶନ ପାଇଁ ପଠାଇ ଦେଇଥିଲେ । ବିଭିନ୍ନ ତଥ୍ୟ, ବୈଜ୍ଞାନିକ, ଭୌଗୋଳିକ, ଅନୁବାଦ ଏବଂ ଚିତ୍ର ବିଷୟକ ବିଷୟବସ୍ତୁ ଗୁଡିକୁ ସେ ଯାଞ୍ଚ ନ କରିବା ଯୋଗୁଁ ଦଣ୍ଡନୀୟ ଅବହେଳା ଭାବେ ଏହାକୁ ପରିଗଣିତ କରାଯାଇଛଥିଲା । ମନୋଜଙ୍କ ଏହି କାର୍ଯ୍ୟ ଏବଂ ଅବହେଳା ଫଳରେ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକଗୁଡ଼ିକର ପ୍ରକାଶନ ଏବଂ ବଣ୍ଟନ ହୋଇଥିଲା । ଯାହା ଫଳରେ ରାଜ୍ୟ ରାଜକୋଷକୁ ପ୍ରାୟ ୧୭୫ କୋଟି ଟଙ୍କାର କ୍ଷତି ହୋଇଥିଲା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ଉଲ୍ଲେଖ କରାଯାଇଛି । ପ୍ରଥମରୁ ଅଷ୍ଟମ ପାର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ପ୍ରାୟ ଦୁଇ ହଜାରରୁ ଅଧିକ ତ୍ରୁଟି ଥିବା ସାମ୍ନାକୁ ଆସିଛି ।


