ମୁନିଗୁଡାରେ ଲୋକ ମହୋତ୍ସବ ଚଇତି-୨୦୨୫ ପାଳିତ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲ୍ଲା ମୁନିଗୁଡାରେ ବ୍ଲକ କାର୍ଯ୍ୟାଳୟ ତରଫରୁ ଲୋକ ମହୋତ୍ସବ ଚଇତି- ୨୦୨୫ ପାଳିତ ହୋଇଯାଇଛି l ମୁନିଗୁଡା ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି ଓ ବ୍ଲକ ବଡ଼ ବାବୁ ଜିତେନ୍ଦ୍ର କୁମାର ଧରଙ୍କ ମିଳିତ ସଂଯୋଜନାରେ ସକାଳୁ ପବିତ୍ର ମଶାଲ ଯାତ୍ରା ସ୍ଥାନୀୟ ଗ୍ରାମାଦେବୀ ମା ଠାକୁରାଣୀ ମନ୍ଦିରରୁ କଳସକୁ ପୂଜାର୍ଚନା ପରେ ମଶାଲରେ ଅଗ୍ନୀ ସଂଯୋଗ କରି ମନ୍ଦିର ପରିସରରୁ କଳସ ଓ ମଶାଲ ଧରି ସହର ପରିକ୍ରମା କରି କଲେଜସ୍ଥିତ ଚଇତି ମଣ୍ଡପ ନିକଟରେ ପହଞ୍ଚି ସେଠାରେ ସ୍ଥାପନ କରାଯାଇଥିଲା। ପରେ ଏକ ମିନି ମାରାଥନ ବ୍ଲକ କାର୍ଯ୍ୟାଳୟ ଠାରୁ ହୁକୁମତୋଳା ଶିଵ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ସନ୍ଧ୍ୟାରେ ଏହି ଲୋକ ମହୋତ୍ସବ ଚଇତିରେ ମୁଖ୍ୟ ଅତିଥିଭାବେ ବିଧାୟକ ନୀଳମାଧଵ ହିକକା,ଜିଲ୍ଲାପରିଷଦ ସଭ୍ୟା ମାଧବୀ କନ୍ଦପାଣି,ବ୍ଲକ ଅଧକ୍ଷା ଦୁଃଖିନୀ ନୁନ୍ଦ୍ରୁକା,ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି, ଜିଲ୍ଲା ପରିଷଦ ଉପାଦକ୍ଷ ସନ୍ତୋଷ ସୁନା,ବ୍ଲକ ଉପାଦକ୍ଷ ଆଦର୍ଶ କୁସୁଲିଆ, ଏସସିଡିପିଓ ସନ୍ତୋଷିନୀ ଓରାମ, ଆଇଆଇସି ସୌଦାମିନୀ ବେହେରା ପ୍ରମୁଖଙ୍କ ସମେତ ପିଆରଆଇ ସଦସ୍ୟ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ରହି ଚଇତି ମହୋତ୍ସବକୁ ଉଦଘାଟନ କରିବା ସହ ଚଇତି ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ରାଜନେତା ରତନଲାଲ ଜୈନ, ମାନସ ବେହେରା, ନୀଳାମ୍ବର ବିଭାର, ସୁବାସ ଗୌଡ଼, ଜିଲ୍ଲା କଳା ସଂସ୍କୃତି ସଙ୍ଘର ଉପ ସଭାପତି ସନ୍ତୋଷ କୁମାର ବଛା ପ୍ରମୁଖ ଉପସ୍ଥିତ ଥିଲେ,ପରେ ଅତିଥି ମାନଙ୍କ ଦ୍ୱାରା ଚଇତି ନିମନ୍ତେ ଅନୁଷ୍ଠିତ ହୋଇଥିବା ମିନି ମାରାଥନରେ ଦୌଡ଼ି ଥିବା ପ୍ରତିଭା ସହ ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କୁ ଚଇତି ମଣ୍ଡପରେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ପରେ ମଞ୍ଚ ପରିଚାଳକ ଅକ୍ଷୟ କୁମାର ରଥ,ବାଳକୃଷ୍ଣ ରଥ ଓ ଅଜିତ ନାଗଙ୍କ ମିଳିତରେ ମଞ୍ଚ ପରିଚାଳନା କରିଥିଲେ । ଚଇତି ମଣ୍ଡପରେ ମୁନିଗୁଡାର ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା କଳାକାର ଓ ଦଳ ମାନଙ୍କ ତରଫରୁ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ସମସ୍ତ କଳାକାରଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ବ୍ଲକର ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ତରଫରୁ ଷ୍ଟୋଲ କରାଯାଇ ଲୋକଙ୍କୁ ବିଭିନ୍ନ ଯୋଜନା ଉପରେ ସଚେତନତା କରିଥିଲେ। ଉକ୍ତ ମହୋତ୍ସବକୁ ଯନ୍ତ୍ରୀ ଅମ୍ବିକା ଦାସ,ସନ୍ଧ୍ୟାରାଣୀ ମଲ୍ଲିକ, ଦେବେନ୍ଦ୍ର ପାଣିଗ୍ରାହୀ,ଆଶୁତୋଷ ଲାବଲା, କଳ୍ପନା ସାହୁ,ସୁବାସ ସିଂ,ମମତା ରାଉଳ, କାଳନ୍ଦୀ ପରିଡ଼ା ପ୍ରମୁଖ ସମସ୍ତ ବିଭାଗୀୟ ମୁଖ୍ୟ ପରିଚାଳନାରେ ସହଯୋଗ କରିଥିଲେ।ଅତିଥି ମାନଙ୍କୁ ମିଶନଶକ୍ତିର ଏମବିକେ ରୁପବତୀ ନାଲା,ସିଆରପି ଅମ୍ବିକା ନାୟକ, ପୁଷ୍ପଲତା ପାଣିଗ୍ରାହୀ ପ୍ରମୁଖ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ ।


