ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୪ଟି ମାମଲା ଫଇସଲା

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଜାତୀୟ ଆଇନି ସେବା ପ୍ରାଧିକରଣ ଓ ଓଡିଶା ରାଜ୍ୟ ଆଇନି ସେବା ପ୍ରାଧିକରଣଙ୍କ ନିର୍ଦ୍ଧେଶ ଅନୁଯାୟୀ ଶନିବାର ପୁରୀ ଜିଲ୍ଲା ଆଇନି ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅସ୍ତରଙ୍ଗ ଜେଏମଏଫସି ଅଦାଲତରେ ପଡିରହିଥିବା ଭିନ୍ନ ଭିନ୍ନ ମକଦମା ମାମଲା ଗୁଡିକର ସମାଧାନ କରାଯାଇଥିଲା। ଅସ୍ତରଙ୍ଗ ଅଦାଲତରେ ପଡିରହିଥିବା ଭିନ୍ନ ଭିନ୍ନ ମୋକଦମା ମାମଲା ଗୁଡିକଆପୋଷ ମିଳାମିଶା ମାଧ୍ୟ୍ୟମରେ ସମାଧାନ କରାଯାଇଥିଲା। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚରାଧୀନ ମକଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ )ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ,ପାରିବାରିକ, ଜମି ଅଧିଗ୍ରହଣ, ଚେକ ବାଉନ୍ସ, ଋଣ ମାମଲା ଇତ୍ୟାଦି ଆପୋଷ ସହମତି ରେ ସମାଧାନ କରାଯାଇଥିଲା। ଏଥିସହ ପ୍ରାକ ମକଦମା ସ୍ତରୀୟ ବ୍ୟାଙ୍କ, ଋଣ ବିବାଦ, ପାରିବାରିକ ବିବାଦ ଇତ୍ୟାଦିର ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇଥିଲା।୪୨ଗୋଟି ମକଦମା ମଧ୍ୟରୁ ଫଇସଲା ହୋଇଥିବା ବିଚାରଧୀନ ମାମଲା ଗୁଡିକ ମଧ୍ୟରେ ୧୮ଟି ଫୌଜଦାରୀ (କ୍ରିମିନାଲ କମ୍ପାଉଣ୍ଡେବଲ ), ୨ଟି (ଏନ ଆଇ ଆକ୍ଟର ଧାରା ୧୩୮), ୪ଟି ଜମିବାଡ଼ି ସମ୍ବଦୀୟ ଫଇସଲା ହୋଇଥିଲା। ଚେକ ବାଉନ୍ସ ବାବଦରେ ହିତାଧିକାରୀ କୁ ୬ଲକ୍ଷ ୨୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଅସ୍ତରଙ୍ଗ ଜେଏମଏଫସି କୋର୍ଟର ବିଚାରପତି ସୁଧାବାଇ ଅଗ୍ରୱାଲ ଉପସ୍ଥିତ ରହି ମକଦମା ସମାଧାନ କରିଥିଲେ। ଅସ୍ତରଙ୍ଗ ଜେଏମଏଫସି କୋର୍ଟ ପେସକାର, ଟାଇପିଷ୍ଟ ଉମେଶ ପ୍ରଧାନ, ପ୍ରୋସିଂ ସର୍ଭର ମାନସ ସେନାପତି ଉପସ୍ଥିତ ଥିବା ବେଳେ ଆଇନିଜୀବି ଉପସ୍ଥିତ ରହି ରାଷ୍ଟ୍ରୀୟ ଲୋକ ଅଦାଲତର କେଶ ଗୁଡିକର ସମାଧାନ କରିବାରେ ସହଯୋଗ କରିଥିଲେ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୨ଟି ମାମଲା ରୁ ସମୁଦାୟ ୨୪ଟି ମାମଲା ର ଫଇସଲା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ