ଶିଶୁ ମନ୍ଦିର ରେ ରକ୍ତଦାନ ଶିବିର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ  ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ପାଳନ ଅବସରରେ  ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଶିଶୁ ମନ୍ଦିର ପରିଚାଳନା ସମିତି  ଓ ଆନ୍ଧ୍ରପ୍ରଦେଶ ପଲାସା ସ୍ଥିତ ପ୍ରାଣଦାତା ରକ୍ତ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ରକ୍ତ ଦାନ ଶିବିରକୁ ଅବସରପ୍ରାପ୍ତ  ଫାର୍ମାସିଷ୍ଟ ପି. କାମରାଜୁ ଏବଂ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଡ଼ କୃଷ୍ଣଚନ୍ଦ୍ର ଦାଶ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଶିବିରରେ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଙ୍କ ସମେତ ବହୁ ସଂଖ୍ୟକ ଆଚାର୍ଯ୍ୟା ଆଚାର୍ଯ୍ୟ, ଅଭିଭାବକ, ପୂର୍ବତନ ଛାତ୍ରୀ ଛାତ୍ର ବୃନ୍ଦ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରରେ ସମୁଦାୟ ୯୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।  ଶିବିରରେ ୩୦ ରୁ ଉର୍ଦ୍ଧ୍ଵ ମହିଳା ରକ୍ତଦାନ କରିଥିଲେ।  ପ୍ରାଣଦାତା ରକ୍ତଦାନ କେନ୍ଦ୍ର ପକ୍ଷରୁ ଶିବିର ଶେଷରେ ରକ୍ତଦାନ ର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ସଚେତନ ସଭା ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ କୁ ବିଦ୍ୟାମନ୍ଦିର ର ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ,  ଅଭିଭାବକ, ପୂର୍ବତନ  ଛାତ୍ରୀ ଛାତ୍ର ଓ ବିଦ୍ୟାମନ୍ଦିର କର୍ମଚାରୀ ବୃନ୍ଦ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ