ବାଲ୍ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଜିରାଙ୍ଗ ଗ୍ରାମ ପଞ୍ଚାୟତର ମୁକୁନ୍ଦପୁର ସରକାରୀ ଆଶ୍ରମ ବିଦ୍ୟାଳୟରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସିସିଡି–ଡିଏଫଟି ଆନୁକୁଲ୍ୟରେ ବାଲ୍ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଧାନ ଲକ୍ଷ୍ୟ ଥିଲା ଶିଶୁମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ଜ୍ଞାନ ଦେଇ ସଚେତନ କରିବା ଏବଂ ସେମାନଙ୍କ ମଧ୍ୟରେ ସୁସ୍ଥ ଜୀବନଶୈଳୀର ଅଭ୍ୟାସ ବିକାଶ କରିବା। କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କୁ ନିଜ ସ୍ୱଚ୍ଛତା ନିଜେ କିପରି ରକ୍ଷା କରିବେ, ହାତ ଧୋଇବା, ପରିଷ୍କାର ଖାଦ୍ୟ ଗ୍ରହଣ, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ରକ୍ଷଣାବେକ୍ଷଣ ବିଷୟରେ ସୂଚନା ଦିଆଯାଇଥିଲା। ସେଥିପାଇଁ ଶିଶୁମାନଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ ସଚେତନ କରାଯାଇ ସୁରକ୍ଷା ସମ୍ପର୍କିତ ଆବଶ୍ୟକ ଜ୍ଞାନ ଦିଆଯାଇଥିଲା। ଏହା ସହ ଶିଶୁମାନଙ୍କର ଡିଏଫଟି ପରୀକ୍ଷା କରାଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇଥିଲା। ବିଭିନ୍ନ ଖେଳ, ପ୍ରଶ୍ନୋତ୍ତର ଓ ଆନନ୍ଦମୟ କାର୍ଯ୍ୟକଳାପ ମାଧ୍ୟମରେ ଶିଶୁମାନଙ୍କୁ ଉପହାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସରପଞ୍ଚଙ୍କ ଉପସ୍ଥିତିରେ ସୁଚାରୁ ଭାବେ ଆୟୋଜିତ ହୋଇଥିଲା। ବିଦ୍ୟାଳୟ ସହ ଆଖପାଖ ଅଞ୍ଚଳର ଶିଶୁମାନେ ଉତ୍ସାହର ସହିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆନନ୍ଦ ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ