ବାଇକ୍ ଚୋରି ଘଟଣା:ଦେଢ଼ବର୍ଷ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଏଏସଆଇ ସି. ତାରକେଶ୍ୱର ରାଓ ଲାଲମେଣ୍ଟା ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଭଗବାନ ପ୍ରଧାନ ଙ୍କୁ ବାଇକ ଚୋରି ମାମଲା ରେ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା କେସ ନଂ.୧୨୯/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୪ ମାର୍ଚ୍ଚ ୩୦ ତାରିଖ ରାତି ରେ ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ଦେଓଖାଳି ଗ୍ରାମର ବିଶ୍ଵକେଶନ ବେହେରା ଙ୍କ ଦୋକାନ ସମ୍ମୁଖରେ ଥିବା ଟିଭିଏସ ବାଇକ (ନଂ. ଓଡ଼ି୦୭ ଏଇ -୮୬୬୩)କୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିଲେ।ବିଶ୍ଵକେଶନ ଏନେଇ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମକଦ୍ଦମା ରୁଜୁ କରିଥିଲେ।ଚୋରି ବାଇକ କୁ ପୋଲିସ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ ଗିରଫ ଭୟରେ ଗାଁ ରୁ ଫେରାର ଥିଲେ।ସେ ଗାଁ କୁ ଫେରିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ଏଏସଆଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଅଭିଯୁକ୍ତ ଜଣକ ନାଁ ରେ କେ.ନୂଆଗାଁ ଥାନା ଏବଂ ଜରଡ଼ା ଥାନାରେ ଏକାଧିକ ଚୋରି ମାମଲା ରହିଥିବା ପୋଲିସ କହିଛି।


