ସୁନା ଓ ରୁପା ଚୋରି ମାମଲାରେ ଅଭିଯୁକ୍ତ ଗିରଫ

ପୋଲସରା,(ଅନୀଲ କୁମାର ମହାରଣା) : ପୋଲସରା ପୋଲିସ ଥାନାରେ ଡିସେମ୍ବର ୧୯ ତାରିଖ ଅପରାହ୍ନରେ ସୁନା ଓ ଓ ରୁପା ଅଳଙ୍କାର ଚୋରି ନେଇ ଅଭିଯୁକ୍ତ ହୋଇଥିବା ବେଳେ ଡିସେମ୍ବର ୨୦ ତାରିଖ ଦିନ ଅଭିଯୋଗର ୨୪ ଘଣ୍ଟା ପୂର୍ବରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ପୋଲିସ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି। ପୋଲସରା ପୋଲିସ ଥାନା ଅନ୍ତର୍ଗତ ମଧୂପଲ୍ଲୀ ନୂଆସାହିର ପବିତ୍ର ମହାପାତ୍ର ୧୬/୧୨/୨୫ ତାରିଖ ଦିନ ନିଜ ଘରେ ତାଲା ପକାଇ ଭୋଜି ଖାଇବାକୁ ଯାଇ ୧୯/୧୨/୨୫ ତାରିଖ ପୂର୍ବାହ୍ନ ସମୟରେ ଘରକୁ ଫେରିଥିଲେ। ସେ ଦେଖିଲେ ଯେ ତାଙ୍କ ଘର କବାଟର ଗେଡା କଟାଯାଇଛି। ଘରକୁ ଯାଇ ଦେଖିଲେଯେ କୌଣସି  ଦୁର୍ବୁତ୍ତ ଘରେ ପଶି ଟିଣ ଗଡରେଜ ଭାଙ୍ଗି ସେଥିରେ ଥିବା ସୁନା ଅଳଙ୍କାର ଓ ରୁପା ସାମାନ  ଚୋରିକରି ନେଇଯାଇଛି। ପବିତ୍ର ମହାପାତ୍ର ପୋଲସରା ପୋଲିସ ଥାନାକୁ ଯାଇ ୧୯ ତାରିଖ ଅପରାହ୍ନ ସାଢ଼େ ଏକ ଘଣ୍ଟା ସମୟରେ ଥାନା ଅଧିକାରୀଙ୍କୁ ଅଭିଯୋଗ ଦେଇଥିଲେ। ଅଭିଯୋଗ ପରେ ପୋଲସରା ଥାନା କେସ ନଂ ୮୭୦ ତାରିଖ ୧୯/୧୨/୨୫ ଧାରା ୟୁ/ଏସ ୩୩୧(୪) ଓ ୩୦୫ ବିଏନଏସ ପ୍ରକାରେ ଆଇଆଇସି କୌଶିକ ମାଝୀ ଏକ ମାମଲା ରୁଜୁ କରି ଅନୁସନ୍ଧାନ କରି ୨୪ ଘଣ୍ଟା ପୂର୍ବରୁ ଅଭିଯୁକୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ପୋଲିସ ଥାନା ଅନ୍ତର୍ଗତ ଟାଙ୍ଗି ବାର ପାଟଣା ସାହିର ନୃସିଂହ ମହାପାତ୍ରଙ୍କ ପୁଅ ଶ୍ରୀକାନ୍ତ ମହାପାତ୍ର ଓରଫ ଅଜୁ (୩୦) । ଗିରଫ ଶ୍ରୀକାନ୍ତ ଠାରୁ ଚୋରି ହୋଇଥିବା ସମସ୍ତ ଚୋରି ଜିନିଷ ଅର୍ଥାତ ୨୦ ଗ୍ରାମ ସୁନା ଓ ୮ କିଲୋ ରୂପା ଅଳଙ୍କାର ଉଦ୍ଧାର କରାଯାଇଛି। ଡିସେମ୍ବର ୨୦ ତାରିଖ ଦିନ ଗିରଫ ଶ୍ରୀକାନ୍ତ ମହାପାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ