ବନ୍ଧା ହେଲେ ରାହାମା ରେଞ୍ଜର

କଟକ, (ଓ୍ବାଇଏନଏସ) : ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ ଗିରଫ। ଆଜି ତାଙ୍କୁ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶନିବାର ଦିନ ରେଞ୍ଜରଙ୍କ ୪ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ୨୫୦ ଗ୍ରାମ ସୁନା ଏବଂ ନଗଦ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରାଯାଇଥିଲା। ୮୦ ଲକ୍ଷ ୬୮ ହଜାର ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଛି। ଗୋଟିଏ ବହୁତଳ ପ୍ରସାଦ କୋଠା, ଗୋଟିଏ ଦି ତାଲା ବିଲ୍ଡିଂ ସହ ତାଙ୍କର ମୂଲ୍ୟବାନ ୫ଟି ପ୍ଲଟ ରହିଛି। ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସ ଭବନ, ସରକାରୀ କାର୍ଯ୍ୟାଳୟ, ସରକାରୀ ବାସ ଭବନ, ସାମନ୍ତରାୟ ପୁର ଗାଁ ସ୍ଥିତ ପୈତୃକ ଘର ଆଦି ୪ଟି ସ୍ଥାନରେ ଏକା ସାଙ୍ଗେ ରେଡ୍ କରିଥିଲା ଭିଜିଲାନ୍ସ। ମୋଟ ସ୍ଥାବର, ଅସ୍ଥାବର ସମ୍ପତି ମୂଲ୍ୟ ପାୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ୧୯୮୫ ନଭେମ୍ବର ୨୬ରେ୧୫୦୦ ଟଙ୍କା ଦରମାରେ ଫରେଷ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ରାଜେନ୍ଦ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ