“ସମୟର ପଥ ଧାରେ ଆମ ଗାଆଁ ଦନେଇପୁର” ପୁସ୍ତକ ଲୋକାର୍ପିତ
ହାଟଡିହି- ୨୬/୧୨- ଆନନ୍ଦପୁର ପ୍ରତିଭା ପ୍ରଣାମ ମଞ୍ଚ ଆନୁକୂଲ୍ଯରେ ଆୟୋଜିତ ପ୍ରାକ୍ତନ ସହ ଗୋଷ୍ଠି ଶିକ୍ଷାଧିକାରୀ ଅମୂଲ୍ଯ କୁମାର ମିଶ୍ର ଙ୍କ ପୁସ୍ତକ “ସମୟର ପଥ ଧାରେ ଆମ ଗାଁ ଦନେଇପୁର” ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅମୂଲ୍ଯ କୁମାର ମିଶ୍ରଙ୍କ ସଂଯୋଜନାରେ ଦନେଇପୁର ଲଙ୍କେଶ୍ବର ମନ୍ଦିର ସମ୍ମଖରେ ଅନୁଷ୍ଠିତ ଏ ଭବ୍ଯ ଉତ୍ସବରେ ଶିକ୍ଷାବିତ୍ ଶରତ କୁମାର ମିଶ୍ର ପୌରୋହିତ୍ଯ କରିଥିଲେ। ସଭାରେ ମୁଖ୍ଯ ଅତିଥି ଭାବେ ବନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଶୁଭେନ୍ଦ୍ର କୁମାର ମିଶ୍ର ,ମୁଖ୍ଯ ବକ୍ତାଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ସ୍ବତନ୍ତ୍ର ଅତିଥି ଭାବେ ସାହିତ୍ୟିକ ହଳଧର ପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରତିଭା ପ୍ରଣାମ ମଞ୍ଚର ଆବାହକ ରତ୍ନାକର ଦାସ, ସାହିତ୍ୟିକ ହରିହର ପାଣିଗ୍ରାହୀ, ପ୍ରାକ୍ତନ ପ୍ରଶାସକ ନୃସିଂହ ଚରଣ ଦେହୁରୀ ପ୍ରମୁଖ ଯୋଗଦେଇ ପୁସ୍ତକ ଲୋକାର୍ପଣ କରିବା ସହିତ ଗାଆଁ ମାଟି ଗାଆଁ ସଂସ୍କୃତିର କଥା ଓ ଗାଥାକୁ ପରିପ୍ରକାଶ କରିଥିଲେ। ସମ୍ବାଦ ସାହିତ୍ଯ ଘର ହାଟଡିହିର ସଭାପତି ଅନ୍ତର୍ଯ୍ଯାମୀ ରାଉତ ମଞ୍ଚ ସଂଯୋଜନା କରିଥିବା ବେଳେ ଲେଖକ ଅମୁଲ୍ୟ ମିଶ୍ର ପୁସ୍ତକ ରଚନାର ଅନୁଭୂତି ଓ ଶିକ୍ଷକ ମୋହନ କୁମାର ମହାନ୍ତି ପୁସ୍ତକର ସମୀକ୍ଷା କରିଥିଲେ।ପରିଶେଷର ଇଞ୍ଜିନିୟର ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶତାଧିକ କବି, କବୟିତ୍ରୀ ଓ ଗ୍ରାମବାସୀ ଯୋଗଦେଇଥିଲେ।


