ପାରଳା ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବଢ଼ି ଚାଲିଛି ଭକ୍ତଙ୍କ ସହଯୋଗର ହାତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ନିର୍ମାଣ କାର୍ଯ୍ୟରେ ଅନେକ ଭକ୍ତ ନିଜ ନିଜକୁ ବିଭିନ୍ନ ଭାବେ ସାମିଲ ହୋଇ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି. ପାରଳାଖେମୁଣ୍ଡି ସହରର ଫରେଷ୍ଟ ଗେଟ ନିକଟସ୍ଥ ବିଶିକେସନ ମହାପାତ୍ରଙ୍କ ପରିବାରବର୍ଗ  ଶ୍ରୀଜଗନ୍ନାଥ ନୂତନ ମନ୍ଦିର ନିର୍ମାଣ ପାଇଁ 1 ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରି ମନ୍ଦିର ନିର୍ମାଣରେ ନିଜକୁ ସାମିଲ କରି ସହଭାଗୀ ହୋଇପାରିଛନ୍ତି. ସେହିପରି ପାରଳାଖେମୁଣ୍ଡି ସହରରେ ବସବାସ କରୁଥିବା ରାଜସ୍ଥାନର ଜଲେବି ଦୋକାନୀ ରତନଲାଲ ଚୌଧୁରୀ 11, 111 ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାଭାଗୀ ହୋଇଛନ୍ତି, ପାରଳା ଜଗନ୍ନାଥ ମନ୍ଦିର ନିର୍ମାଣ କମିଟିର ସଭ୍ୟ ତଥା ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ମନ୍ଦିର ନିର୍ମାଣ କମିଟିର ସମସ୍ତ ସଦସ୍ୟ ମନ୍ଦିର ନିର୍ମାଣରେ ସାମିଲ ହୋଇ ସହାଭାଗୀ ହୋଇଥିବା ଏହି ୨ ପରିବାରଙ୍କୁ ସାଧୁବାଦ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ