ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ସଫଳତା
ଖଲ୍ଲିକୋଟ(ଓ୍ବାଇଏନଏସ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ରାଜ୍ୟସ୍ତରୀୟ ଯୁବୋତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାସ୍ତରୀୟ ଯୁବୋତ୍ସବରେ କୃତୀତ୍ୱ ହାସଲ କରିଥିବା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଦଳଗତ ଲୋକନୃତ୍ୟରେ ପ୍ରିନ୍ସ, କେଦାର, ଦୀପକ ରାଉତ, ନମିତା, ଶୁଭସ୍ମିତା, ପ୍ରବୀଣ, ଭୁବନେଶ୍ୱର, ଦୀପକ ରାଗସ, ରାଜା, କବିତା ଲିଖନରେ ସୁମନ ଦାଶ, ଗଳ୍ପ ଲିଖନରେ ସୌରଭ କାନ୍ତ ତ୍ରିପାଠୀ, ବକ୍ତୃତାରେ ନୀତିଜ୍ଞା ନାୟକ ଓ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଆର. ଧବଳେଶ୍ୱର ରେଡ୍ଡୀ ଅଂଶଗ୍ରହଣ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀ ଯାତ୍ରା କାରିଥିଲେ l ଏଠାରେ ଉଲ୍ଲେଖ କରାଯାଇପାରେ ରାଜ୍ୟସ୍ତରୀୟ ଯୁବୋତ୍ସବ ରେ ଆୟୋଜିତ ହେଉଥିବା ସାତ ଗୋଟି ପ୍ରତିଯୋଗିତା ମଧ୍ୟରୁ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପାଞ୍ଚ ଗୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ବିଶ୍ୱବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ଗୌରବର ବିଷୟ l ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ଉତ୍କୃଷ୍ଟ ପ୍ରଦର୍ଶନ କରିବାର ପ୍ରୟାସ କରିଥିଲେ l ତନ୍ମଧ୍ୟରୁ ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ର ଆର. ଧବଳେଶ୍ୱର ରେଡ୍ଡୀ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ସ୍ତରରେ ପ୍ରଥମ ହେବାର ଗୌରବ ଅର୍ଜନ କରିବା ସହ ଭବ୍ୟ ସମାରୋହରେ ମାନଫଳକ, ପ୍ରମାଣ ପତ୍ର ସହ ପଚାଶ ହଜାର ( ୫୦, ୦୦୦) ଟଙ୍କାର ଅର୍ଥ ପୁରସ୍କାର ପ୍ରାପ୍ତ କରିଛନ୍ତି ଏବଂ ଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ଯୁବୋତ୍ସବ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଏହା Sabu ଧବଳେଶ୍ୱରଙ୍କ ବିଜ୍ଞାନ ପ୍ରଦର୍ଶନୀକୁ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବୋ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବେଶ ପ୍ରଶଂସା କରିଛନ୍ତି l ଧବଳେଶ୍ୱରଙ୍କ ଏହି ସଫଳତାରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ବେଳେ କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, ଉପକୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର, ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ, ଡ.ଯତୀନ ବିଷୋୟୀ ବିଷୋୟୀ, ଡ. ବିଭୂତି ପ୍ରସାଦ ବାରିକ, ଡ. ପ୍ରଣତି ରଥ, ଡ. ମନୋରଞ୍ଜନ ବିଷୋୟୀ ପ୍ରମୁଖ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏହା ସହ ଧବଳେଶ୍ୱରଙ୍କ ଏହି ସଫଳତା ପାଇଁ ଶ୍ରୀଯୁକ୍ତ କିଶୋର କୁମାର ବେହେରା, ଶ୍ରୀମତୀ କାବେରୀ ପାଢ଼ୀ, ଶ୍ରୀମତୀ ନିଷ୍ପେସିତା ଜେନା, ଲିପୁନ ସାହୁ, ସ୍ବର୍ଣ୍ଣଲତା ବିଷୋୟୀ ପ୍ରମୁଖ ବହୁ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ କାର୍ଯ୍ୟାଳୟ କର୍ମଚାରୀ ମାକସୁଦ ଅହମ୍ମଦ, ତାରିଣୀଚରଣ ବେହେରା, ନିହାରିକା ନାୟକ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଅଭିନନ୍ଦନ ଜଣାଇଥିଲେ l


