ଅଳାଉତୀ ଉଚ୍ଚ ବିଦ୍ୟାଳୟରେ ୧୯୮୩ ବ୍ୟାଚ ଛାତ୍ରଛାତ୍ରୀ ସମାବେଶ
ହାଟଡିହି (ଓ୍ବାଇଏନଏସ): ନିକଟସ୍ଥ ଅଳାଉତୀ ଉଚ୍ଚ ବିଦ୍ୟାଳୟରେ ୧୯୮୩ ବ୍ୟାଚ (ସିନିଅର/ଜୁନିଅର) ଛାତ୍ରଛାତ୍ରୀ ସମାବେଶ ବିଦ୍ୟାଳୟ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହିସମାବେଶରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାରନାଥ ମହାନ୍ତି ସଭାପତିତ୍ବ କରିଥିଲେ। ଏଥିରେ ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ମାନେ ସେମାନଙ୍କର ହୃଦୟ ସ୍ପର୍ଶୀ ମତାମତ ପ୍ରଦାନ କରିବା ସହ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ। ଉପସ୍ଥିତ ଥିବା ଶିକ୍ଷକ ମାନେ ସେମାନଙ୍କର ଭାବାବେଗ ପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିବା ଫଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବିଶ୍ବମ୍ବର ପଣ୍ତା ଉକ୍ତ ସମାବେଶକୁ ପରିଚାଳନା କରିଥିଲେ। ଉକ୍ତ ସମାବେଶରେ ଶହେରୁ ଅଧିକ ପୁରାତନ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।


