ଦିଲ୍ଲୀ ସାଧାରଣତନ୍ତ୍ର ପ୍ୟାରେଡରେ ଯୋଗଦେବେ ପିପୁଲସ କଲେଜର ଦୁଇ ଜଣ ଏନସିସି କ୍ୟାଡେଟ

ବୁଗୁଡା, (ଅନୀଲ କୁମାର ମହାରଣା) : ଧନ୍ୟବାଦ ବୁଗୁଡା ପିପୁଲସ କଲେଜ ଏନସିସି ଅଫିସର ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ। ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଶ୍ରୀ ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ବୁଗୁଡା ପିପୁଲସ କଲେଜର ଦୁଇଜଣ ଏନସିସି କ୍ୟାଡେଟ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୬ ପ୍ୟାରେଡରେ ଯୋଗଦେବାକୁ ମନୋନୀତ ହୋଇ ଆକାଶ ପଥରେ ଦିଲ୍ଲୀରେ ପଦାର୍ପଣ କଲେଣି। ସେହି ଦୁଇଜଣ ଏନସିସି କ୍ୟାଡେଟ ହେଲେ ପିପୁଲସ କଲେଜ ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ରୀ ସପନା ରାଉତ ଓ ମଧୁସ୍ମିତା ପ୍ରଧାନ। ପିପୁଲସ କଲେଜରୁ ପ୍ରଥମ ଥର ପାଇଁ ଏହି ଦୁଇ ଜଣ ଛାତ୍ରୀ ସାଧାରଣତନ୍ତ୍ର ୨୦୨୬ ପ୍ୟାରେଡରେ ଯୋଗ ଦେଇ ପିପୁଲସ କଲେଜ ଓ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି।  ୭୦,୦୦୦ ଏନସିସି କ୍ୟାଡେଟ୍ ମଧ୍ୟରୁ ୧୨୭ ଜଣ କ୍ୟାଡେଟ୍ ପ୍ୟାରେଡରେ ଯୋଗଦେବା ପାଇଁ ମନୋନୀତ ହୋଇଥିବା ବେଳେ ସେଥିରେ ବୁଗୁଡା ପିପୁଲସ କଲେଜର ସପନା ଓ ମଧୁସ୍ମିତା ଦୁଇଜଣ ଯୋଗଦେଇଛନ୍ତି। ଏହା ସହ ଅନ୍ୟ ଏକ ଗୌରବ ବିଷୟ ହେଲା ପିପୁଲ୍ସ କଲେଜର ଆସୋସିଏଟ୍ ଏନସିସି ଅଫିସର ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ ମଧ୍ୟ ୧୨୭ ଜଣ କ୍ୟାଡେଟଙ୍କ ସହିତ କଣ୍ଟିଜେଣ୍ଟ ଅଫିସର ଭାବରେ ମନୋନୀତ କ୍ୟାଡେଟଙ୍କୁ ନେତୃତ୍ୱ ଦେବା ପାଇଁ ମନୋନୀତ ହୋଇ କ୍ୟାଡେଟ ମାନଙ୍କ ସହ ଦିଲ୍ଲୀ ଯାଇଛନ୍ତି। ଏହି ଚ୍ୟାଲେଞ୍ଜିଂ ଏବଂ କଷ୍ଟକର ୩ ମାସର ଚୟନ ସମୟରେ ନିରନ୍ତର ଉତ୍ସାହ ଏବଂ ସହଯୋଗ ପାଇଁ କ୍ୟାଡେଟ୍ ବୃନ୍ଦ ବୁଗୁଡା ପିପୁଲ୍ସ କଲେଜର ଅଧ୍ୟକ୍ଷ ପୁରୁଷୋତ୍ତମ ମିଶ୍ର, ଲେଫନାଣ୍ଟ ଅଜୟ ସାର, ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ