ହାଟଡିହି ଉଚ୍ଚ ବିଦ୍ୟାଳୟ ୧୯୮୫ ବ୍ୟାଚର ବନ୍ଧୁ ମିଳନ

ହାଟଡିହି (ଓ୍ବାଇଏନଏସ): ହାଟଡିହି ଉଚ୍ଚ ବିଦ୍ୟାଳୟର ୧୯୮୫ ମସିହା ମ୍ୟାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ପ୍ରତ୍ୟେକ ବର୍ଷ ପରି ୨୦୨୫ ମସିହାର ଶେଷ ରବିବାର  ଦିନ ଛେନାପଦି ଛକ ଶ୍ରୀକୃଷ୍ଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ଗତ ପାଞ୍ଚ ବର୍ଷ ଧରି ଏଇ ବନ୍ଧୁ ମିଳନ ଆୟୋଜନ ହୋଇ ଆସୁଛି। ଏହି କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ପଣ୍ଡା, ସୁଦାମ ମହାନ୍ତି, ବଳରାମ କୁଅଁର, ଶଶୀମଣି ବେହେରା, ସସ୍ମିତା ନାୟକ ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସବୁ ସାଙ୍ଗମାନେ ହାଇସ୍କୁଲ ଜୀବନ ସଂପର୍କରେ ଏବଂ ନିଜ ଜୀବନ ଓ ପରିବାର  ସଂପର୍କରେ ସମ୍ୟକ ସୁଚନା ଦେଇଥିଲେ।  ଅନ୍ଯତମ  ବନ୍ଧୁ କବି ଡ.ଅଶୋକ ପୁହାଣ ଏହି ବନ୍ଧୁ ମିଳନ ଆମ ସମସ୍ତଙ୍କ ଜୀବନରେ ଏକ ସୁଖଦ ଅନୁଭବ ବୋଲି ଶ୍ରୀ ପୁହାଣ କହିବା ସହିତ ହାଟଡିହି ଉଚ୍ଚ ବିଦ୍ୟାଳୟର ସ୍ମୃତି ରୋମନ୍ଥନ କରିଥିଲେ। ଏଇ ବନ୍ଧୁ ମିଳନରେ ପାଖାପାଖି ୫୦ ଜଣ ବନ୍ଧୁ ଓ ବାନ୍ଧବୀ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗଦାନ କରିଥିଲେ। ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ଶେଷ ରବିବାର ଏହି ବନ୍ଧୁମିଳନ ସ୍ଥିରିକୃତ ହୋଇଥିବାରୁ ଆସନ୍ତା ବର୍ଷ ଏଇ ମିଳନ ଉତ୍ସବ ରେ ହାଟଡିହି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ନିମନ୍ତ୍ରଣ କରି ତାଙ୍କର ଆଶୀର୍ବାଦ ନେବାପାଇଁ ଆୟୋଜକ ଚିତ୍ତରଞ୍ଜନ ପଣ୍ଡାଙ୍କ ପ୍ରସ୍ତାବ କୁ ସମସ୍ତେ ଗ୍ରହଣ କରିଥିଲେ । ଏଇ  ଉତ୍ସବରେ ଅନ୍ୟମାନଙ୍କ ଭିତରେ ବିଷ୍ଣୁପ୍ରିୟା ରାଉତ, ମନ୍ଦାକିନୀ ପଣ୍ଡା , ପ୍ରତିମା ସେଠୀ, ଲକ୍ଷ୍ମୀପ୍ରିୟା ବେହେରା, ନିରୂପମା ଜେନା,ତପସ୍ବିନୀ ପହି, ଶାନ୍ତିଲତା ସା, ହରେକୃଷ୍ଣ ଜେନା,ରମେଶ ବେହେରା, ଅନାଦି ଜେନା, ନିକୁଞ୍ଜ ଓଝା, କୋଦଣ୍ଡ ଜେନା, ବିଜୟ ତ୍ରିପାଠୀ ,ବନମାଳୀ ଜେନା, ନବଘନ ଧଳ,ସଂଜୟ ବେହେରା, ସତ୍ୟାନନ୍ଦ କୁଅଁର , ପୁରସ୍ତମ ବେହେରା , ରବିନ୍ଦ୍ର ସା , ସୁଧାଂଶୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଏହି ବନ୍ଧୁମିଳନ କାର୍ଯ୍ଯକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ