ମିଲରଙ୍କୁ ଧାନ କିଣିବାକୁ ଟାର୍ଗେଟ ନଆସିଥିବାରୁ ଚାଷୀ ହନ୍ତସନ୍ତ
ମୁନିଗୁଡା(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ଧାନ ମଣ୍ଡି କୁ ନେଇ ଚିନ୍ତାରେ ଚାଷୀ। ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ଯେଉଁ କଷ୍ଚ କରି ହାଡ଼ଭଙ୍ଗା ପରିଶ୍ରମ କରି ଶୀତ କାକରରେ ଧାନ ଅମଳ କରି ମଣ୍ଡି କୁ ଅପେକ୍ଷା କରିଥାନ୍ତି। ହେଲେ ଏହି ବର୍ଷ ଧାନ ମଣ୍ଡି ବିଳମ୍ବରେ ଆରମ୍ଭ ହୋଇଛି ହେଲେ କେତକ ମିଲରଙ୍କ ଟାର୍ଗେଟ ନଆସିଥିବାରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଯେଉଁ କେତେଜଣ ମିଲରଙ୍କୁ ଟାର୍ଗେଟ ଆସିଥିଲା ତାହା ମଧ୍ୟ ସରିଲାଣି। ବର୍ତମାନ ଏବେ ଆଉ କେତେକ ମିଲରଙ୍କ ଏ ପର୍ଯ୍ୟନ୍ତ ଟାର୍ଗେଟ ଦିଆଯାଇନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜାନୁଆରୀ ୧୬ରେ ଚାଷୀମାନଙ୍କ ଆସିଥିବା ଅବଧି ଶେଷ ହେବାକୁ ବସିଲାଣି। ଯଦି ଏହି ଚାଷୀ ମାନଙ୍କ ଅବଧି ଶେଷ ହୁଏ ତାହେଲେ ଏହି ଚାଷୀ ମାନେ ଏହି ଧାନ କାହାକୁ ଦେବେ। ସେ ନେଇ ଚିନ୍ତାରେ ଚାଷୀ ମାନେ। ସବୁଠାରୁ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ବିଷମକଟକ ବ୍ଲକ ଅଧିନରେ ଥିବା ୧୧ ରୁ ୧୨ ଗୋଟି ମିଲର ଆଗାମୀ ୨୪-୨୫ ବର୍ଷ ୮୦ ଭାଗ ଧାନ ଯେଉଁ ମିଲର ମାନେ ଧାନ ଉଠାଇ ଥିଲେ ସେହି ମିଲର ମାନଙ୍କୁ ବର୍ତମାନ ଚଳିତ ୨୫-୨୬ ରେ ବାଦ ଦିଆଯାଇଛି। ଯାହାକି ଯୋଗାଣ ବିଭାଗର ତଥ୍ୟ ଅନୁସାରେ ସେମାନେ ୮୦ ରୁ ୯୦ ଭାଗ ଚାଉଳ ଦେଲା ପରେ ଅବଶିଷ୍ଟ ଚାଉଳ ମଧ୍ୟ ଦେବା ପାଇଁ ପ୍ରସ୍ତୁତ ଥିବା ବେଳେ ସି ଏ ସୋ ସେମାନଙ୍କ ଠାରୁ ଚାଉଳ ମଧ୍ୟ ନେଇ ନାହାନ୍ତି ଯାହା ଫଳରେ ଏଠି ମିଲର ମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ମଣ୍ଡିରେ କେତେକ ମିଲରଙ୍କୁ ଟାର୍ଗେଟ ନଦେବା ପାଇଁ କାହିଁକି ସି ଏ ସୋ ଏପ୍ରକାର ଷଡ଼ଯନ୍ତ୍ର କରୁଛନ୍ତି ଓ ତାଙ୍କର କ’ଣ ସ୍ବାର୍ଥ ରହିଛି ତାହା ତଦନ୍ତ କରାଯାଉ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଛନ୍ତି ହେଲେ ଏବେ ତାହା ବିଷମକଟକ ବ୍ଲକରେ ଏକ ଉଦାହରଣ ସୃଷ୍ଟି କରିଛି। ଯଦି ଦୁଇ ଦିନ ମଧ୍ୟରେ ମିଲରଙ୍କ ଧାନ କିଣିବାକୁ ଟାର୍ଗେଟ ନ ଦିଆଯାଏ ଓ ଯେଉଁ ଚାଷୀ ମାନଙ୍କର ଜାନୁଆରୀ ୧୬ରେ ଧାନ କିଣିବାକୁ ଥିବା ଅବଧି ଶେଷ ହୁଏ ତାହେଲେ ରାୟଗଡ଼ା (ସି ଏ ସୋ )ଙ୍କ ଅଫିସରେ ସମସ୍ତ ଚାଷୀ ଧାନ ନେଇ ଅଫିସ ଘେରାଉ କରିବେ ବୋଲି ସୂଚନା ଦେଇଛନ୍ତି। ଏହାର ନକଲ ରାୟଗଡ଼ା ଜିଲ୍ଲା ପାଳ, ଗୁଣୁପୁର ଉପଜିଲ୍ଲାପାଳ, ରାୟଗଡ଼ା ଏସ୍ ପି, ମୁନିଗୁଡା ଥାନା, ବିଷମକଟକ ଥାନା ଓ କୃଷି ମନ୍ତ୍ରୀ ଙ୍କୁ ଏହାର ନକଲ ପ୍ରେରଣ କରାଯିବ ବୋଲିି କହିଛନ୍ତି।ଏହି ସମ୍ପର୍କରେ ଆମେ ରାୟଗଡ଼ା ଜିଲ୍ଲା ସି ଏ ସୋ ଦାଶରଥି ସୋରେନ ଙ୍କୁ ଯୋଗାଯୋଗ କରିବାରୁ ସପ୍ତାହ ମଧ୍ୟରେ ଟାର୍ଗେଟ ଆସିବ ବୋଲି କହିଛନ୍ତି। ସି ଏ ସୋ ଚାଷୀ ମାନଙ୍କ ସମସ୍ୟା ସମ୍ପର୍କରେ ଜିଲ୍ଲା ପାଳ ଙ୍କୁ ଅବଗତ କରିନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ଜିଲ୍ଲା ପାଳ ଗୁରୁତ୍ବ ନେବାକୁ ଚାଷୀ ମାନେ ଦାବି କରିଛନ୍ତି।


