ହାଟଡିହି କଲେଜରେ ଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର
ହାଟଡିହି (ଓ୍ବାଇଏନଏସ): ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ୩ ପ୍ରଥମବର୍ଷ ବାଳିକାଙ୍କ ଆତ୍ମରକ୍ଷା ଶିବିର ଉଦ୍ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତଙ୍କ ଅଧ୍ଯକ୍ଷତାରେ କାର୍ଯ୍ୟକ୍ରମଟି ଆୟୋଜନ ହୋଇଥିଲା। ବାଳିକା ଆତ୍ମରକ୍ଷା ଶିବିରର ସଂଯୋଜିକା ଅଧ୍ୟାପିକା ନିଲମ ସ୍ବୟଁ।, ଏବଂ ଅଧ୍ୟାପିକା ସ୍ବାଗତିକା ନାୟକଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷିକା ଶ୍ରୀମନ୍ତିନୀ ସାହୁ ବାଳିକାଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଗୌରାଙ୍ଗ ଚରଣ ନାୟକ, ରବିନ୍ଦ୍ରନାଥ ଜେନା, ସନାତନ ଖୁଣ୍ଟିଆ, ଅଧ୍ୟାପିକା ପ୍ରିୟଙ୍କା ମହାନ୍ତି ଏବଂ ଅଧ୍ୟାପିକା ଚୁମୁକିରାଣୀ ନାଏକ, ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।


