ବନ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଚନ୍ଦ୍ରଗିରି ରେଞ୍ଜ ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ. ନାଗ ରାଜୁ ଙ୍କ ନିର୍ଦ୍ଦେଶକ୍ରମେ ଚନ୍ଦ୍ରଗିରି ରେଞ୍ଜର ରୂପକ କୁମାର ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଟି. ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ କବିତା ଗମାଙ୍ଗ ଅତିଥିଭାବେ ଯୋଗଦେଇଥିଲେ। ତପ୍ତପାଣି ଆଶ୍ରମ ସ୍କୁଲ ର  ଛାତ୍ର ଛାତ୍ରୀ ଏକ ସଚେତନତା ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରିବା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଶପଥ ପାଠ କରିଥିଲେ। ବର୍ତ୍ତମାନ ବଣଭୋଜି ର ସମୟ ଚାଲିଥିବା ବେଳେ ତପ୍ତପାଣି କୁ ରାଜ୍ୟ ତଥା ରାଜ୍ୟ ବାହାର ର ପର୍ଯ୍ୟଟକ ମାନେ ଆସି ଭୋଜି କରୁଛନ୍ତି। ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ପୁନଃ ଉପଯୋଗୀ ହୋଇ ପାରୁନଥିବା ପ୍ଲାଷ୍ଟିକ ଉପକରଣ ବ୍ୟବହାର ନକରିବା ସହ ବଣ ଭୋଜି ଖାଇବାକୁ  ପ୍ଲାଷ୍ଟିକ କିମ୍ବା ଥର୍ମୋକୁଲ ଥାଳି ବଦଳରେ ଶିଆଳି ଓ ଶାଳପତ୍ର ଖଲି ବ୍ୟବହାର କଲେ ପ୍ଲାଷ୍ଟିକ ଜନିତ ଆବର୍ଜନା କମିବା ସହ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରୁଥିବା ସ୍ଥାନୀୟ ଅଧିବାସୀ ଅର୍ଥନୈତିକ ରୋଜଗାର ବଢ଼ିବ ବୋଲି  ବନ ବିଭାଗ କର୍ମଚାରୀ ଏବଂ ସ୍ବେଛାସେବୀ ସଙ୍ଗଠନ ଲିପିକା ର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ସେମାନଙ୍କୁ ସଚେତନ କରାଯାଇଥିଲା।  ଏଠାରେ ଜମା ହେଉଥିବା ପ୍ଲାଷ୍ଟିକ ଆବର୍ଜନା ପରିବେଶକୁ ନଷ୍ଟ କରୁଛି।ଏହାକୁ ଦୃଷ୍ଟିରେ ରଖି ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ତପ୍ତପାଣି ସମେତ ଆଖପାଖ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ରେଞ୍ଜର କହିଛନ୍ତି।ଏହି ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମରେ ଆଶ୍ରମ ସ୍କୁଲ  ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଙ୍କ ସମେତ ବନପାଳ ସୁନୀଲ କୁମାର ମଣ୍ଡଳ, ଗଣେଶ ପ୍ରଧାନ,ବନରକ୍ଷୀ ରଞ୍ଜିତ କୁମାର ମାଳି, ବିଷ୍ଣୁପ୍ରିୟା ଗୌଡ଼, ବନ୍ଧିଆ ଗମାଙ୍ଗ,କେ. ଗୌତମୀ ଙ୍କ ସମେତ ସମସ୍ତ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ