ଜାତୀୟ ଯୁବ ଦିବସ ପାଳନ ଅବସରରେ ସାମୁହିକ ବନ୍ଦେ ମାତାରମ ଗାନ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ମହାବିଦ୍ୟାଳୟ ପରିସରରେ ଆଜି ଜାତୀୟ ଯୁବ ଦିବସ ପାଳନ ଅବସରରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା, ଅଧକ୍ଷା ଏବଂ କର୍ମଚାରୀଙ୍କ ସାମୁହିକ ଭାବେ ରାଷ୍ଟ୍ରଗୀତ ବନ୍ଦେ ମାତରମ ଗାନ କରିଥିଲେ । ଅନୁଷ୍ଠାନର ଅଧକ୍ଷା କଲ୍ୟାଣୀ ପାଢ଼ୀ ଯୁବ ଦିବସ ତଥା ବିଶ୍ୱବିଜୟୀ ବିବେକାନନ୍ଦଙ୍କ ଜୀବନ ବିଷୟରେ ଆଲୋକପାତ କରିବା ସହ ଯୁବକ ଯୁବତୀ ମାନେ ଯେ ଦେଶର ଭବିଷ୍ୟତ ଓ ସେମାନେ ହିଁ ସମାଜକୁ ସୁସ୍ଥ ସୁନ୍ଦର ଓ ଶୃଙ୍ଖଳିତ କରିପାରିବେ ବୋଲି ଆହ୍ବାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ରମ୍ୟ ରଞ୍ଜନ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ବନ୍ଦେ ମାତରମ ରାଷ୍ଟ୍ର ଗୀତର ମର୍ମ ତଥା ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ମାନେ କିପରି ଇଂରେଜ ମାନଙ୍କ ଠାରୁ ଅକଥନୀୟ ଅତ୍ୟାଚାର ସହି ମଧ୍ୟ ବନ୍ଦେ ମାତରମ ଉଚ୍ଚାରଣ କରି ମାଟି ମାଆର ବନ୍ଦନା କରୁଥିଲେ ତାହା ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ । ଅଭିଭାଷଣ ପରେ ଛାତ୍ରଛାତ୍ରୀ ମାନେ ସମବେତ ଭାବେ ବନ୍ଦେ ମାତରମ ଗାନ କରିଥିଲେ । କ୍ରୀଡା ଶିକ୍ଷକ ଚତୁର୍ଭୁଜ ବନଛୋର ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ପୂର୍ବକ କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ । ସେହିପରି ପରି ମୁନିଗୁଡା ନୋଡାଲ ହାୟେର ସେକେଣ୍ଡାରୀ ସ୍କୁଲର ଖେଳ ପଡିଆ ପରିସରରେ ସ୍କୁଲର ବରିଷ୍ଠ ଶିକ୍ଷୟତ୍ରୀ ଏମ.ସାଇଲଷ୍ମୀଙ୍କ ସଂଯୋଜନାରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ନେଇ ବନ୍ଦେ ମାତରମର ସାମୁହିକ ଗାନ କରିଥିଲେ,
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ