ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର, (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଦେବଦତ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯେଉଁ ସବୁ ବିଭାଗକୁ ରାଜସ୍ୱ ଆଦୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯାଇଛି ତାହାକୁ  ପୁରୁଣ କରିବାକୁ  କୁହାଯାଇଛି। ଜିଲାରେ ବେଆଇନ ଭାବେ ବାଲି, ପଥର,ମରମ ଆଦି ବିଭିନ୍ନ ଖଣିଜ ସାମଗ୍ରୀ ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସୁଛି ତେଣୁ ଅଧିକରୁ ଅଧିକ ଏନଫୋସମେଂଟ କରିବାକୁ କୁହାଯାଇଛି । ଏହାକୁ ଗୁରୁତ୍ୱ ଦେଇ ପୁଲିସ,ଖଣି ବିଭାଗ ଓ ତହସିଲାଦର ଏକ ଟିମ ଗଠନ କରି ମିଳିତ ଭାବେ ଚଢାଉ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଭୂମିହୀନଙ୍କୁ ଜମି ଯୋଗାଇ ଦେବା ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା l  ସହରାଚଂଳ ହେଉବା ଗ୍ରାମାଚଂଳ ହେଉ ଯିଏ ବି ସରକାରୀ ଜମି ଜବଲଦଖଲ କରି କୋଠା ନିର୍ମାଣ କରିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରମାନଙ୍କୁ କୁହାଯାଇଛି ।  ଏହା ସହିତ ମ୍ୟୁଟେସନ କେସ ଗୁଡିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ରେ ଫଇସଲା କରିବାକୁ କୁହାଯାଇଛି l କଲମ ଟୁ ଆର ଆର କରେକ୍ସନ(ଜମି ପଟ୍ଟା ଗୁଡିକ ଅପଡେଟ )  କାର୍ଯ୍ୟ  କରିବା l ସରକାରୀ ସ୍କୁଲ, କଲେଜ ଓ ଡିଗ୍ରୀ କଲେଜ  ଶିକ୍ଷାନୁଷ୍ଠାନ କୁ ଜମି ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି । ଗ୍ରାମ କଣ୍ଠକ ପଟ୍ଟା ର ବନ୍ଦୋବସ୍ତ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରିବା ସହିତ   ସିକିମ ଓ ବେ- ବନ୍ଦୋବସ୍ତ ଭଳି ଜମିର ସମସ୍ୟା ର ସମାଧାନ କରିବାକୁ ବୈଠକ ରେ କୁହାଯାଇଛି  l  ୯  ତହସିଲ ର ୨୩ ଗାଁ ରେ ହାଇଟେକ ସର୍ଭେ କାମକୁ ତୁରନ୍ତ ଆରମ୍ଭ କରିବା l  ଗଞ୍ଜାମ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲା ରେ ବେଆଇନ ମଦ କାରବାର,ଚୋରାଚାଲାଣ ରୋକିବା ନିମନ୍ତେ ଏନଫୋସମେଂଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ କୁହାଯାଇଛି । ମାପ ଓ ଓଜନ ବିଭାଗ କୁ ମଧ୍ୟ ସହରାଚଂଳ ଗୁଡିକରେ ଅଧିକରୁ ଅଧିକ ଚଢାଉ କରିବାକୁ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ସେହିପରି ସଡକ ଦୃର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓ ଙ୍କ ପକ୍ଷରୁ ହେଲମେଟ ଚେକିଂ ସହିତ ଅଧିକରୁ ଅଧିକ ଏନଫୋସମେଂଟ କରିବାକୁ କୁହାଯାଇଥିଲା ।  ୨୦୨୫-୨୬ରେ   ଗଞ୍ଜାମ ଆରଟିଓ ପକ୍ଷରୁ  ଦିଆଯାଇଥିବା ଲକ୍ଷ୍ୟ ଧାର୍ଯ୍ୟ ରୁ  ୭୭କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ଭଞ୍ଜନଗର ଆରଟିଓ ପକ୍ଷରୁ ୧୩ କୋଟି ଟଙ୍କା ରାଜସ୍ୱ ଆଦାୟ କରାଯାଇଛି l ସେହିପରି ଗଞ୍ଜାମ ଅବକାରୀ ବିଭାଗ ପକ୍ଷରୁ ୧୦୯ କୋଟି ୯୪ ଲକ୍ଷ ୯୭ ହଜାର ୫୫୧ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ୫୦ କୋଟି ୩୫ ଲକ୍ଷ ୭୪ ହଜାର ୭୩୪ ଟଙ୍କା ରାଜସ୍ୱ ଆଦାୟ କରାଯାଇଛି l  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ ଓ ଭଞ୍ଜନଗର ଉପଜିଲ୍ଲାପାଳ  ଉମାକାନ୍ତ ବେହେରା  ଙ୍କ ସମେତ  ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ