ଜିଲ୍ଲାସ୍ତରୀୟ ପାଣି ପଂଚାୟତ ପକ୍ଷ ୨୦୨୫- ୨୬ ପାଳନ

ଛତ୍ରପୁର, ୧୩/୧:  ଓଡିଶା ସରକାରଙ୍କର ଜଳ ସମ୍ପଦ ବିଭାଗ ପକ୍ଷରୁ ଜାନୁୟାରୀ ୬ରୁ ୨୦ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନକରାଯାଉଥିବା ବେଳେ ବ୍ରହ୍ମପୁର ଜଳ ସେଚନ ବିଭାଜନ ଆନୁକୁଲ୍ୟ ରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ  ୨୦୨୫ – ୨୬   ମହା ସମାରୋହରେ  ଛତ୍ରପୁର ସ୍ଥିତ ରୁଷିକୂଲ୍ୟା ସମ୍ମିଳନୀ କକ୍ଷ ରେ ଋଷିକୂଲ୍ୟା ଓ ବାହୁଦା ଅବ ବାହିକା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜୀବ କୁମାର ପଣ୍ଡିତ ଙ୍କ ସଭାପତିତ୍ବ ରେ ପାଳିତ ହୋଇଯାଇଛି।  ଏଥିରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର  ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଚଷା ପୁଅର ମୁହଁ ରେ ଖୁସି ଦେବା ନିମନ୍ତେ ପ୍ରତ୍ୟେକ ଦିଗରୁ ସରକାର ଚେଷ୍ଟା କରୁଛନ୍ତି ।  ଚାଷୀ ଙ୍କ ଯେଉଁ ସମସ୍ୟା ରହିଛି। ତାହା ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ରେ ସେମାନଙ୍କ ଜମି କୁ ପାଣି ଯୋଗାଇବା ଦିଆଯାଉଛି l ସରକାର ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହାକୁ ତଳ ସ୍ତର ରେ କାର୍ଯ୍ୟ କରିବାକୁ କୁହାଯାଉଛି।  ବାସ୍ତବ ରେ ଭାରତ କୁ ଆର୍ଥିକ ସ୍ଥିତି ମଜବୁତ କରିବାକୁ ହେଲେ ଚଷା ପୁଅର ଆର୍ଥିକ ସ୍ଥିତି କୁ ମଜବୁତ କରିବାକୁ ପଡିବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ। ଗଞ୍ଜାମ ଜିଲ୍ଲାପରିଷଦ ର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା,ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁନୀଲ କୁମାର କେର୍କ ଟା, ଗଞ୍ଜାମ ଜିଲ୍ଲାପରିଷଦ ର ଇନଚାର୍ଜ ସିଡିଓ ବିଜୟ କୁମାର ବେହେରା,  କ୍ୱାଲିଟି କଣ୍ଟ୍ରୋଲ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜୟଦୀପ ପଣ୍ଡା, ବ୍ରହ୍ମପୁର ଜଳ ସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁବ୍ରତ ପଟ୍ଟନାୟକ, ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ସଂଜୟ କୁମାର ପ୍ରଧାନ,  କ୍ୱାଲିଟି କଣ୍ଟ୍ରୋଲ ର ଅଧିକ୍ଷଣ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ, ଡିଜାଇନସ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପାଣିର ସୁଵିନିଯୋଗ, ପାଣି ସଂରକ୍ଷଣ, ସଚେତନ, ମିଳିମିଶି ସହଭାଗିତାରେ ଚାଷ,କମପାଣିରେ ଅଧିକ ଚାଷ, ଜଳ ସୁ ପରିଚାଳନା ପାଇଁ  କହିଥିଲେ । ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ।   ଅନ୍ୟପଟେ ୨୦୦୨ ରେ ପାଣି ପଂଚାୟତ ଆରମ୍ଭ ହୋଇଥିବା ବେଳେ ଚାଷୀ ଏବଂ ସରକାର ଙ୍କ ସହ ମିଶିବା  ନିମନ୍ତେ  ପାଣି ପଂଚାୟତ ଏକ ମାତ୍ର ପଞ୍ଜିକୃତ ସଂସ୍ଥା । ଚାଷୀଙ୍କ ହିତ ନିମନ୍ତେ ପାଣି ପଂଚାୟତ କୁ ଅଧିକ ଗୁରୁତ୍ୱ ଦେବା ଉଚିତ ଏବଂ ପାଣି ପଂଚାୟତ କୁ ଗୃହ ଯୋଗାଇବା ସହ କୃଷକ ଭଵନ ନାମ ଦିଆଯାଉ ବୋଲି ସ୍ଵପ୍ନେଶ୍ଵର ପାଣିପଞ୍ଚାୟତ ର ସଭାପତି ଯୋଗେନ୍ଦ୍ର ସ୍ୱାଇଁ  ବୈଠକ ରେ   ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପାଣି ପଞ୍ଚାୟତ ର ସମସ୍ତ ଚାଷୀ, ଏବଂ ସମସ୍ତ ପାଣି ପଞ୍ଚାୟତ ର କର୍ମକର୍ତ୍ତା, ଅନ୍ୟ ଚାଷୀ ଭାଇ ଉପସ୍ଥିତ ରହି ଚାଷ କାର୍ଯ୍ୟରେ ପାଣିର ସଦୋପଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସର ରେ ପୂର୍ବରୁ ପାଣି ପଂଚାୟତ ପକ୍ଷ ପାଳନ ଉପରେ ସଚେତନତା ଏବଂ ମହତ ନେଇ ବିଦ୍ୟାଳୟ ର ୮ ରୁ ୧୦ ଶ୍ରେଣୀ ର ବିଦ୍ୟାର୍ଥୀ ଙ୍କୁ ନେଇ  ଜିଲ୍ଲାସ୍ତରୀୟ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ମାନଂକୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହା ସହିତ ଜଳସେଚନ ବିଭାଗ ସହିତ ଜଡିତ ଥିବା ବିଭିନ୍ନ ବିଭାଗ ର ଷ୍ଟଲ ଗୁଡିକ  ଖୋଲାଯାଇ ଚାଷୀଙ୍କୁ ସଚେତନତା କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ