ପବିତ୍ର ମକର ସଂକ୍ରାନ୍ତିରେ ସୁପ୍ରିମକୋର୍ଟ ଓକିଲଙ୍କ ଶୀତବସ୍ତ୍ର କମ୍ବଳ ବଣ୍ଟନ
ପୋଲସରା, (ଅନୀଲ କୁମାର ମହାରଣା): “ମାନବ ସେବାହିଁ ମାଧବ ସେବା”। ପବିତ୍ର ମକର ସଂକ୍ରାନ୍ତି ୧୪/୦୧/୨୬ ତାରିଖ ଦିନ ଦେଶର ସୁପ୍ରିମକୋର୍ଟର ବିଶିଷ୍ଠ ଆଡଭୋକେଟ , ମାନବାଧିକାର କର୍ମୀ, ଶ୍ରୀ ରାମ ମନ୍ଦିରର ପରିଚାଳନା ଟ୍ରଷ୍ଟି ତଥା ପୋଲସରା ବ୍ଲକ ଅନ୍ତର୍ଗତ ଜା. ଡେଙ୍ଗାପଦର ଗ୍ରାମର ବ୍ୟକ୍ତିତ୍ୱ ସୁଶାନ୍ତ କୁମାର ମଲ୍ଲିକ ବୃଦ୍ଧ ଓ ବୃଦ୍ଧା ବୃନ୍ଦଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କରିଥିବା ଜଣାପଡିଛି। ଆଡଭୋକେଟ ଶ୍ରୀ ମଲ୍ଲିକ ନିଜ ଅଞ୍ଚଳର ଉନ୍ନତି ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଆଭିଯୋଗ କରି ଅଞ୍ଚଳର ଉନ୍ନତି ସାଧନ କରିଛନ୍ତି। ଓଡିଶା ଲୋକାଯୁକ୍ତ ଗଠନରେ ଅହେତୁକ ବିଳମ୍ବ ପାଇଁ ଓ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କ ନିକଟରେ ଦାବିକରିବା ଏକ ଦୃଢ ପଦକ୍ଷେପ ଥିଲା। ସେ ବିଭିନ୍ନ ଦେଶର ଆଇନବିଶ୍ୱବିଦ୍ୟାଳୟକୁ ବିଚାରକ ଭାବେ ଯାଇ ଓଡିଶା ପାଇଁ ଗୌରବ ଆଣିପାରିଛନ୍ତି। ତାଙ୍କ ନିଜ ଗ୍ରାମରେ ବୃଦ୍ଧ ଓ ବୃଦ୍ଧା ବୃନ୍ଦଙ୍କୁ ଶୀତବସ୍ତ୍ର ପ୍ରଦାନ ସମୟରେ ଜୟ ଜଗନ୍ନାଥ ଧ୍ଵନିରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।


