ଆସିକା ଟେକ୍‌ନିକାଲ୍ ହାଇସ୍କୁଲର ବାର୍ଷିକୋତ୍ସବ

ଆସିକା  (ୱାଇଏନ୍‍ଏସ୍‍) : ଆସିକା କଲେଜ ଛକ ସ୍ଥିତ ଟେକ୍‌ନିକାଲ୍ ହାଇସ୍କୁଲର୍ ୩୪ତମ ବାର୍ଷିକୋତ୍ସବ “ସୃଜନ” ଶୁକ୍ରବାର ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସିକା ସରକାରୀ ଟେକ୍‌ନିକାଲ୍ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପରମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଏ.ଯୁଧିଷ୍ଠିର ଦୋରା, ଆସିକା ଡାକମଣ୍ଡଳ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣୋଲ୍‍ ଦିଲୀପ କୁମାର ବେହେରା, ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ଚୌଧୁରୀ ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନେ ନିଜର ଲକ୍ଷ୍ୟ ସ୍ଥିର କରି ତାହାକୁ ପୂରଣ କରିବା ପାଇଁ ଗଭୀର ଆତ୍ମବିଶ୍ୱାସ ଓ ନିଷ୍ଠାର ସହ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ କରିବା ସହ ଭଲ ପାଠ ପଢି ଭଲ ମଣିଷ ହୋଇ ଶିକ୍ଷାନୁଷ୍ଠାନର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସାଙ୍ଗକୁ ନିଜ ପିତାମାତା ଓ ଗୁରୁଙ୍କ ସ୍ୱପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା କଲେଜ ଛକ ସ୍ଥିତ ଟେକ୍‌ନିକାଲ୍ ହାଇସ୍କୁଲର ୩୪ତମ ବାର୍ଷିକୋତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ପରିବେଶିତ କ୍ଷୁଦ୍ର ସାମାଜିକ ନାଟକ ଏଇତ ଜୀବନ ଉପସ୍ଥିତ ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଭିଭାବକଙ୍କୁ ବିମୋହିତ କରି ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍‍ ହାଇସ୍କୁଲର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବହୁ ଅଭିଭାବକ, ସଚେତନ ନାଗରିକ, ଅଞ୍ଚଳବାସୀ ଉପସ୍ଥିତ ଥିବା ବେଳେ ଟେକ୍‌ନିକାଲ୍ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପଣ୍ଡା, ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, କୈଳାଶ ଗୌଡ, ଲକ୍ଷ୍ମୀ ଜେନା, ଦେବାଶିଷ୍‍ ପାଣିଗ୍ରାହୀ, ସର୍ମିଷ୍ଠା ସାହୁ, ଗାୟତ୍ରୀ ବେହେରା, ସୁମିତ୍ରା କାର୍ଜି, ରୁଚି ନାହାକ, ଇପ୍ସିତା ମଲିକ, ମିତାଞ୍ଜଳୀ ପଣ୍ଡା, ଭଗବାନ ସ୍ୱାଇଁ, ବଳରାମ ବେହେରା, ରାହୁଳ ପଟ୍ଟନାୟକ, ଶିଭାଶିଷ୍‍ ନାହାକ, ସିଦ୍ଧାନ୍ତ ସେଠୀ, କିରାଣୀ ଅନିଲ୍‍ କୁମାର ଜେନା, କର୍ମଚାରୀ ରବିନ୍ଦ୍ର କୁମାର ସ୍ୱାଇଁ, ବାସୁଦେବ ପ୍ରଧାନ, ଜୟଦେବ ରାଉତଙ୍କ ସମେତ ସମସ୍ତ କର୍ମଚାରୀ ଏହି ବାର୍ଷିକୋତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ