କଲ୍ୟାଣସିଂହପୁର ବ୍ଳକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) : କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ  ପରିବେଶ ଅନୁକୂଳ ଜୀବନ ଶୈଳୀ  ସଚେତନତା, ସୁରକ୍ଷା ଓ କୌଶଳ ଜ୍ଞାନ ଆହରଣ ଶୀର୍ଷକ ବ୍ଲକସ୍ତରୀୟ ପରିବେଶ ଭିଭିକ ବିଜ୍ଞାନ ପଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଳକସ୍ତରୀୟ ପରିବେଶ ଭିଭିକ ବିଜ୍ଞାନ ପ୍ରଦର୍ଶନୀ ମେଳା ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ  ମହାନରାଓ କଣ୍ଡାଗିରି,ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟକୁମାର ସେଠି ନୋଡାଲ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପକୁମାର ଦଳେଇ,ମୁଖ୍ୟ ଵକ୍ତା ରୂପେ ବିଦ୍ୟାଳୟ ପରିଚାଳନା ସଦସ୍ୟ ଶ୍ରୀ ଏଙ୍କେଟେଶ୍ୱର ପାଢ଼ୀ ମୁଖ୍ୟଵକ୍ତା ରୂପେ ଯୋଗ ଦେଇଥିଲେ। ବିଦ୍ୟାଳୟ ସଭାପତି ଜି ନାଗେଶ୍ୱର, ସଦସ୍ୟ ମାନସିଙ୍ଗ ଗରଡିଆ, ନିରୀକ୍ଷକ ରାଖି ପ୍ରଧାନ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଆରମ୍ବ କରିଥିଲେ। ପରିବେଶ ଭିଭିକ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ବ୍ଳକସ୍ତରୀୟ ପରିବେଶ ଭିଭିକ ବିଜ୍ଞାନ ପ୍ରଦର୍ଶନୀ ମେଳା ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାପର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିବା ସହ ଗୁଣାମକ ଶିକ୍ଷା କ୍ଷେତ୍ରରେ ବିଜ୍ଞାନର ଆବଶ୍ୟକ‌ତା ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିଥିଲେ ।  ୧୨ଟି କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୨୧ ବିଦ୍ୟାଳୟର ଉଚ୍ଚ ପ୍ରାଥମିକ, ମାଧ୍ଯମିକ ଓ ଉଚ୍ଚ ମାଧ୍ଯମିକ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବର୍ଜ୍ୟବସ୍ତୁ ପରିଚାଳନା, ଗାଣିତିକ ପ୍ରଦର୍ଶନ, ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରକ୍ରିୟାକରଣ ସମେତ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ୪୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଏହି ବ୍ଳକସ୍ତରୀୟ ପରିବେଶ ଭିଭିକ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଅଂଶଗ୍ରହଣ କରିଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ବେଳେ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ଯମିକ ବର୍ଗରେ କୃତିତ୍ୱ ହାସଲ କରି ଥିବା ପ୍ରକଳ୍ପ ଗୁଡିକୁ ପୁରସ୍କୃତ କରାଯାଇଥିଲା । ବ୍ଲକ ସ୍ତରୀୟ ମେଳରେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ ପ୍ରୀତମକୁମାର ପ୍ରଧାନୀ ଓଏଭି, ଦ୍ୱିତୀୟ ନିକିତା ମହାନନ୍ଦୀଆ ସିରିପୁର, ତୃତୀୟ  ଜିତେନ୍ଦ୍ର ନାଗ ଜଗନ୍ନାଥ ପୁର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କୁ ଆର୍ଥିକ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା।ସମସ୍ତ ୪୧ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।ଆସନ୍ତା୨୭ ତାରିଖରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳରେ ଭାଗ ନେବା ପାଇଁ ମନ୍ନୀତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ