ଅଲଣା ଧାନମଣ୍ଡି ଉଦ୍ଘାଟିତ
ନାଉଗାଁ,(ଓ୍ବାଇଏନଏସ):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପ୍ରାଥମିକ କୃଷି ସେବା ସମବାୟ ସମିତିର ଧାନମଣ୍ଡି ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେବା ସମବାୟ ସମିତିର ସଭାପତି ସୁଜିତ୍ କୁମାର ମଲ୍ଲିକ ଯୋଗ ଦେଇ ଫିତା କାଟି ମଣ୍ଡିକୁ ଉଦଘାଟନ କରିଥିଲେ। ତାଙ୍କ ସହିତ ମଣ୍ଡି ତଦାରଖ ଅଧିକାରୀ ତଥା ତହସିଲଦାର ଅକ୍ଷୟ କୁମାର ବଡୁ,ଜଗତସିଂହପୁର ଆରଏମ୍ସିର ସଂପାଦକ ସୂର୍ଯ୍ୟକାନ୍ତ ଦାସ, ମଣ୍ଡି ନୋଡାଲ ଅଧିକାରୀ ଶ୍ରୀମନ୍ତ ନାରାୟଣ ଦାଶ, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା, ଘୋଡାଂଶ ସରପଂଚ ନିହାର ରଂଜନ ବସ୍ତିଆ, ଧାନ କ୍ରୟ କମିଟିର ସଭ୍ୟ ତାପସ ଦାସ, ପ୍ରଫୁଲ ପରିଡା, ସୁଶାନ୍ତ ଦାସ, ଚାଷୀ ଶିବ ଚରଣ ନାୟକ, ସୁଦର୍ଶନ ପରିଡା ଆଦି ଯୋଗ ଦେଇଥିଲେ। ଚଳିତ ଖରିଫ ରିତୁ ପାଇଁ ଏହି ସମବାୟ ସମିତିରେ ୬୩୬ଜଣ ଚାଷୀ ପଂଜୀକୃତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨ ହଜାର କୁଇଂଟାଲ ଧାନ ଗ୍ରହଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୭ ତାରିଖରେ ଧାନ ସଂଗ୍ରହ କରାଯିବ ବୋଲି ସମିତି ସଂପାଦକ ବନ୍ଦିତା ରାୟ ପ୍ରକାଶ କରିଛନ୍ତି।କାର୍ଯ୍ୟକ୍ରମକୁ ସମିତିର ଡିଇଓ ରଂଜନ କୁମାର ଲେଙ୍କା, କର୍ମଚାରୀ ରୁଦ୍ରନାରାୟଣ ରାଉତ, ନରେନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।


