ବକ୍ସି ଜଗବନ୍ଧୁଙ୍କ ୧୯୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳିଲେ କଟକ ମେୟର ଶ୍ରୀ ସୁବାସ ସିଂହ
କଟକ, (ଓ୍ବାଇଏନଏସ): ଆଜି ସକାଳ ୯ଘଟିକା ସମୟରେ ବକ୍ସି ଜଗବନ୍ଧୁଙ୍କ ୧୯୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ କଟକ ବକ୍ସି ବଜ଼ାର ଛକ ନିକଟରେ ଥିବା ବକ୍ସି ଜଗବନ୍ଧୁ ଙ୍କ ଅବୟ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ସି.ଏମ.ସି କମିଶନର କିରଣଦୀପ କୌର ସହୋତା , ଷ୍ଟାଣ୍ଡିଙ୍ଗ କମଟି ଅଧ୍ୟକ୍ଷା ଶ୍ରୀମତୀ ଏ ଶ୍ରୀଦେବୀ, କର୍ପୋରେଟର ଶ୍ରୀମତୀ ଲିଃଜ଼ାରାଣୀ ରାଉତ, ଶ୍ରୀ ଚନ୍ଦନ ଜେନା,ଶ୍ରୀ ସତ୍ୟରାମ ସାହୁ, ଏବଂ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଏବଂ ଯୁବକ ଓ ଯୁବତୀ ପ୍ରମୁଖ ଉପସ୍ଥିତ ଥିଲେ।


