ବରଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଆସିକା (ୱାଇଏନ୍ଏସ୍): ବିଦ୍ୟାର୍ଥୀ ମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଭଲ ମଣିଷ ହେବା ପାଇଁ କଠିନ ପରିଶ୍ରମ କରିବା ସହ ସମୟାନୁବର୍ତ୍ତିତା ହେବାକୁ ଆସିକା ବ୍ଳକ ଅନ୍ତର୍ଗତ ବରଗାଁ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୬୪ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତାମାନେ ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଅନ୍ତର୍ଗତ ବରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଉତ୍ସାହ ଉଦ୍ଦୀପନାର ସହ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବରଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରତାପ କୁମାର ମହାପାତ୍ର, ପ୍ରାକ୍ତନ ଛାତ୍ର ଦିଲୀପ କୁମାର ନାୟକ, କାଳଷଣ୍ଢପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳୀ ମହାପାତ୍ର, ପୂର୍ବତନ ସରପଞ୍ଚ ନାର୍ଶୁ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ ମହାରଣା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ମାର୍ଗଦର୍ଶନ କରି ଏହି ପୁରାତନ ଶିକ୍ଷାନୁଷ୍ଟାନ ସ୍ଥାନୀୟ ଅଞ୍ଚଳରେ ବହୁ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିଥିବାରୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଶିକ୍ଷାଦାନ ଶୈଳୀକୁ ପ୍ରଶଂସା କରିବା ସହିତ ଶୃଙ୍ଖଳିତ ଛାତ୍ର ଜୀବନ ଉତ୍ତମ ଭବିଷ୍ୟତ ଗଠନର ପ୍ରଥମ ପାହାଚ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶକରି ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଟାନର ଗୌରବକୁ ବୃଦ୍ଧିକରିବାକୁ ପରାମର୍ଶ ଦେଇ କଠିନ ପରିଶ୍ରମ, ସକରାତ୍ମକ ଚିନ୍ତନ ଓ ପିତାମାତା ତଥା ଗୁରୁଜନ ମାନଙ୍କ ଆଶୀର୍ବାଦ ରହିଲେ ସଫଳତା ମିଳିବା ଅନିବାର୍ଯ୍ୟ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବରଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୬୪ତମ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ବିମୋହିତ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ବ୍ଳକ ଅନ୍ତର୍ଗତ ବରଗାଁ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟ, ସହକାରୀ ଶିକ୍ଷୟିତ୍ରୀ ନମିତା ବେହେରା, ସ୍ୱପ୍ନା କୁମାରୀ ରାଇକା, ଏ.ସ୍ୱାତୀ, ଏମ୍.ଆଶାଲତା ଦେବୀ, ରୋଶ୍ନା କୁମାରୀ ଭଂଜ, ଚନ୍ଦ୍ରଶେଖର ଦାଶ, ବୁଲୁ ବେହେରା, ସୁନିତା ପଣ୍ଡା, ଅରଣ୍ୟା ବିଶ୍ୱାଳ, ରଶ୍ମିତା ନାୟକ, ଅନିତା ଗିଧି, ରଶ୍ମିତା ମିଶ୍ର, ପ୍ରତିମା ବେହେରା, ରବିନ୍ଦ୍ରନାଥ ଆଚାର୍ଯ୍ୟ, ଶ୍ରୀକାନ୍ତ ପଟ୍ଟନାୟକ, କିରାଣୀ ଅଞ୍ଜଳୀ ମଣ୍ଡଳ, ଶିଶୁସେବିକା ଜାନକୀ ଦାଶଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।


