ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ପୁରୁଣା ଷ୍ଟାଡିୟମ ପଡିଆରେbଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ ହୋଇଯାଇଛି l ମୁଖ୍ୟ ଅତିଥି  ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଏହି ମେଳାକୁ ଉଦଘାଟନ କରିଥିଲେ l ମତ୍ସ୍ୟ, ପ୍ରାଣୀସମ୍ପଦର ଅଭିବୃଦ୍ଧି ହେଲେ ରାଜ୍ୟର ଚାଷୀଙ୍କ ସମୃଦ୍ଧି ଘଟିବ ବୋଲି ମନ୍ତ୍ରୀ କହିଥିଲେ. ମାନ୍ୟବର ମନ୍ତ୍ରୀ କାମଧେନୁ ଯୋଜନା ର ବିଶେଷତା ସମ୍ପର୍କରେ କହିବାକୁ ଯାଇ ପ୍ରତ୍ୟେକ ପଂଚାୟତରୁ ସର୍ବନିମ୍ନ ୫ଜଣ ଆବେଦନକାରୀ ଯେପରି ଆବେଦନ କରିବେ ସେ ସମ୍ପର୍କରେ ଲୋକଙ୍କୁ ସୂଚେଇଦେବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଚାନ୍ଦିପୁର ଫିସ ହାର୍ବର, ରେମୁଣା ଓ ବବଳପୁର ର ପ୍ରୋଜେକ୍ଟ ସମ୍ପର୍କରେ ସୂଚନା ଦେଇ ଏବଂ ବିଭିନ୍ନ  କୃଷି ପ୍ରଣାଳୀର ବିକାଶ ପାଇଁ ନିଜର ମତ ରଖିଥିଲା ଏଥି ସହିତ ବାଲେଶ୍ୱର ମତ୍ସ୍ୟ ଉତ୍ପାଦନରେ ରାଜ୍ୟର ଏକ ନମ୍ବର ସ୍ଥାନରେ ଥିବାରୁ ସମସ୍ତଙ୍କୁ ଅଭିନନ୍ଦନ  ଜଣାଇ ଥିଲେ l   ମୁଖ୍ୟ ବକ୍ତା ମାନ୍ୟବର ସାଂସଦ ବାଲେଶ୍ୱର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ମାନ୍ୟବର  ସରକାରୀ ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ,ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ, ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ  ପ୍ରଧାନ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ l ଅତିରିକ୍ତ ଜିଲାପାଳ (ସାଧାରଣ) ସୁଧାକର ନାଏକ, ଓଏସଡ଼ି ପ୍ରତାପ ପ୍ରଧାନ ମଞ୍ଚାସିନ ଥିଲେ l ସିଡିଭିଓ ଡ଼ା. ରବିନାରାୟଣ ପଟ୍ଟନାୟକ ସ୍ୱାଗତ ବକ୍ତବ୍ୟ ଓ ଜିଲା ମତ୍ସ୍ୟ ଅଧିକାରୀ ରେଶମା ରାଣୀ ସିଂ ଧନ୍ୟବାଦ ଦେଇଥିଲେ l ବିଭିନ୍ନ ଷ୍ଟଲ ପ୍ରଦର୍ଶିତ ହୋଇଥିଲା l ଅଗ୍ରଣୀ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ