ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଖଲ୍ଲିକୋଟ(ଖଲ୍ଲିକୋଟ):  ଏକକ ବିଶ୍ୱବିଦ୍ୟାଳୟ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ପ୍ରଥମେ ଖଲ୍ଲିକୋଟ ରାଜା ସାହେବ ହରିହର ମର୍ଦ୍ଦରାଜ ଦେଓ ଏବଂ ଶ୍ରୀ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଏହାପରେ କ୍ୟାପଟେନ ଡ. ଯତୀନ ବିଷୋୟୀଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀଙ୍କ ଠାରୁ ଅଭିବାଦନ ଗ୍ରହଣ ପୂର୍ବକ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହା ସହ ସମବେତ ଭାବେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା l କୁଳପତି ପ୍ରଫେସର ଦାଶ ନିଜ ବକ୍ତବ୍ୟରେ ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ଉପରେ ଆଲୋକପାତ ପୂର୍ବକ ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କର ଅବଦାନ ସମ୍ପର୍କରେ କହିଥିଲେ l ଆମ ଦେଶ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଏହାର ଜନନାୟକ ମାନଙ୍କୁ ସର୍ବଦା ସ୍ମରଣ କରିବା ସହ ସେମାନଙ୍କର ତ୍ୟାଗକୁ ମର୍ଯ୍ୟାଦା ଦେବା ନିମନ୍ତେ ସମସ୍ତେ ସଚେତନ ରହିବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ଉଦବୋଧିତ କରିଥିଲେ l ଏହା ସହ ଭାରତ ବିଶ୍ୱ ଗୁରୁ ଦିଗରେ ଅଗ୍ରସର ହେଉଥିବା କଥା ଉଲ୍ଲେଖ କରିଥିଲେ l ଏହି ୭୭ତମ ସାଧାରଣତନ୍ତ୍ର ଉତ୍ସବ ପାଳନ ଅବସରରେ କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, ଉପ କୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର, ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ, ବିତ୍ତ ନିୟନ୍ତ୍ରକ କାଳୀ ପ୍ରସାଦ ଖଟାଇଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା,କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜାତୀୟ କର୍ତ୍ତବ୍ୟ ନିର୍ବାହ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ