ଘରେ ଶୋଇଥିବା ବେଳେ ଦୁର୍ବୃତ୍ତଙ୍କ ବୋମାମାଡ଼: ଘର କାନ୍ଥ ଭୁଶୁଡ଼ିବା ବିଭିନ୍ନ ସାମଗ୍ରୀ ନଷ୍ଟ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ଅଭାବନୀୟ ଘଟଣା । ସୋମବାର ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ ହୋଇଥିଲା । ଖବର ଅନୁସାରେ, ଚିକଲଖଣ୍ଡି ଗ୍ରାମର ଜି. କାମରାଜୁ ରେଡିଙ୍କ ଘର ଉପରକୁ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ । ଘରେ ଜି. କାମରାଜୁ ତାଙ୍କ ପରିବାର ସହ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇଛନ୍ତି । ଘରର ପଛ ପଟୁ ବୋମାମାଡ଼ କରାଯାଇଥିବା ବେଳେ କାନ୍ଥ ଭାଙ୍ଗି ଯାଇଛି । ତେବେ ବୋମାମାଡ଼ର କାରଣ ଅସ୍ପଷ୍ଠ ରହିଛି । ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ଘରର ବହୁ ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ତିନି ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅନ୍ୟପଟେ ଏହି ବୋମାମାଡ଼ରେ ଅଧିକ ଶକ୍ତିଶାଳୀ ସାମଗ୍ରୀ ବ୍ୟବହାର କରାଯାଇଥିବା ଅନୁମାନ କରାଯାଉଛି । ମଙ୍ଗଳବାର ସକାଳୁ ଛତ୍ରପୁର ଏସ ଡି ପିଓ ଚନ୍ଦନ କୁମାର ଘଡ଼ାଇ, ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ଅଧିକାରୀମାନେ ଆସି ଘଟଣା ର ଅଧିକ ତଦନ୍ତ କରୁଛନ୍ତି । ତେବେ କିଏ ଏବଂ କାହିଁକି ବୋମାମାଡ଼ କଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଏନେଇ ସାଇଟିଫିକ୍ସ ଟିମ, ରାଜ୍ୟ ବୋମା ନିଷ୍କ୍ରିୟ କାରୀ ଟିମ, ରାଜ୍ୟ ଫୋର ସିକ ବିଜ୍ଞାନ ପରୀକ୍ଷାଗାର ଟିମ ଘଟଣା ସ୍ଥଳ ରେ ପହଁଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହିତ ଯାଞ୍ଚ କରିଛନ୍ତି l ତେବେ ବୋମା ଫୁଟିବା ଦ୍ୱାରା ଏହା ଘଟିଛି ନା କୋଣସି ବିସ୍ପୋରକ ସାମଗ୍ରୀ ଯୋଗୁଁ ଏପରି ଘଟଣା ଘଟିଛି ତାହା ସଠିକ ଜଣାପଡିନି


