ଗୋଳାବନ୍ଧରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି
ବୁଗୁଡା (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତରେ ୨୭/୦୧/୨୬ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ତାପସ ରାଉତ, ଏବିଡିଓ ଧର୍ମରାଜ ପରିଡା, ସିଡିପିଓ ବବିତା କୁମାରୀ ପଣ୍ଡା, ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ରାଜୀବ ଚନ୍ଦ୍ର ପ୍ରଧାନ, ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ବାଘୁଆ ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୁରୋହିତ, ବିଏସଏସଓ ରାମଚନ୍ଦ୍ର ଜେନା ଓ ଗୋଳାବନ୍ଧ ପଞ୍ଚାୟତ ସରପଞ୍ଚ ମଉନା ଜେନା ପ୍ରମୁଖ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ମୋଟ ୧୨ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୧୦ ଟି ଅଭିଯୋଗ ବ୍ୟକ୍ତିଗତ ଓ ୨ ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ଶିବିରରେ ତତ୍କାଳୀନ ସମସ୍ତ ଅଭିଯୋଗ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଏଲଓ, ଉଠା ଜଳସେଚନ କନିଷ୍ଠ ଯନ୍ତ୍ରୀ ଓ ବିଇଓ ଅନୁପସ୍ଥିତ ଥିବା ବେଳେ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଜନଶୁଣାଣି ଅଫିସର ଜ୍ୟୋତି ରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ଗୋଳାବନ୍ଧ ପଞ୍ଚାୟତ ପିଇଓ, ଏଡିଇଓ ଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।


