ସମୀର ଟିଭିଏସରେ ସାଧାରଣତନ୍ତ୍ର ଦିବସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦୁହୁରିଆସ୍ଥିତ ସମୀର ଟିଭିଏସରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସମୀର ଟିଭିଏସର ନିର୍ଦ୍ଦେଶକ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଦୁର୍ଯ୍ୟୋଧନ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ରଞ୍ଜନ ସିଂ, ସୁଶାନ୍ତ ମହାନ୍ତି, ନାରାୟଣ ପ୍ରସାଦ ବେହେରା, ଆଶିଷ ଲେଙ୍କା ପ୍ରମୁଖ ଯୋଗଦେଇ ସାଧାରଣତନ୍ତ୍ର ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ରକ୍ତଦାନ କରିଥିବା ସମୀର ଟିଭିଏସ ପରିବାରର କାର୍ଯ୍ୟକର୍ତ୍ତା ଓ କର୍ମଚାରୀମାନଙ୍କୁ ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ମହାରଣା, ଲକ୍ଷ୍ମୀକାନ୍ତ ବେହେରା, କ୍ଷିତିଶ କୁମାର କର, ଅନିଜା ଜେନା, ଦେବସ୍ମିତା ବେହୁରା, ସୁଶାନ୍ତ ମହାନ୍ତି, ବଳରାମ ସେଠୀ ପ୍ରମୁଖ କାର୍ଯୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


