ସାଳନ୍ଦୀ ମହୋତ୍ସବ ଉଦଯାପିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମରେ ଚାଲିଥିବା ଦ୍ବାଦଶ ତମ ସାଳନ୍ଦୀ ମହୋତ୍ସବ ଉଦଯାପିତ ହୋଇଯାଇଛି। ତୃତୀୟ ସନ୍ଧ୍ୟାରେ ବିଜେପି ନେତା ଆଲୋକ ସେଠୀ, ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ପ୍ରମୁଖ ଯୋଗଦେଇ ଥିଲେ। ଉଦଯାପନ ଉତ୍ସବରେ ଶିକ୍ଷାବିତ୍ ବିଜୟ କୁମାର ଜେନା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା, ଅନ୍ୟତମ ଅତିଥିଭାବେ ହାଟଡିହି କଂଗ୍ରେସ ନେତା ଚିତ୍ତରଞ୍ଜନ ପାତ୍ର, କେନ୍ଦୁଝର ଜିଲ୍ଲା କଂଗ୍ରେସ ସମ୍ପାଦକ ବିକାଶ ଚନ୍ଦ୍ର ବଳ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଭଦ୍ରକ ଜିଲ୍ଲା ଆର.ପି ଅଭୟ କୁମାର ପ୍ରଧାନ, ସ୍ବତନ୍ତ୍ର ଅତିଥି ଭାବେ ବାଲିବରେଇ କ୍ଲଷ୍ଟର ସି.ଆର.ସି.ସି ଶ୍ରୀ ବିଶ୍ବଜିତ୍ ରାଉତ, ସ୍ବତନ୍ତ୍ର ଅତିଥି ଭାବେ ସମାଜ ସେବୀ ଗଙ୍ଗାଧର ରାଉତ, ଶିକ୍ଷାବିତ୍ ହରମୋହନ ପଣ୍ଡା, ଅନ୍ୟ ତମ ଅତିଥି ଭାବେ ଶ୍ରୀ ଜଗନ୍ନାଥ ବେହେରା, ଆଶିଷ କୁମାର ପୃଷ୍ଟି ସମାଜ ସେବୀ ଭୂବନେଶ୍ବର ଯୋଗଦାନ କରି ତାଙ୍କର ବହୁ ମୂଲ୍ୟ ମତାମତ ପ୍ରଦାନ କରିଥିଲେ। କମିଟିର ସମ୍ପାଦକ ବିଶ୍ଵ ରଞ୍ଜନ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ତିମ ସନ୍ଧ୍ଯାରେ ଅଭିନେତ୍ରୀ ମିଲି ପାଲ,ଚୁଲବୁଲି ନାୟିକା ମଧୁସ୍ମିତା ଦାସ୍ ଯୋଗଦେଇ ଦର୍ଶକଙ୍କ ମନମୋହିଥିଲେ।ପରେ ଶିଶୁ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା ଯାହାକି ଦର୍ଶକଙ୍କୁ ବିଶେଷ ଆକୃଷ୍ଟ କରିଥିଲା। ଚଳିତବର୍ଷ ମହୋତ୍ସବର ମୂଖ୍ୟ ଆକର୍ଷଣ ସାଳନ୍ଦୀ କନ୍ୟା ମିଳିତ ଭାବେ ତମଶା ନାଥ,ନିଶିପ୍ରଭା ମହାପାତ୍ର, ସ୍ନେହାଶ୍ରୀ ଚକ୍ର,ମୋନାଶ୍ରି ସାମଲଙ୍କୁ ମନୋନୀତ କରାଯାଇ ତାଙ୍କୁ ସାଟିଫିକେଟ, ଟ୍ରଫି ଓ ଅର୍ଥରାଶି ପ୍ରଦାନ କରାଯାଇ ଥିଲା। ଉକ୍ତ ଉଦଯାପନି ଉତ୍ସବରେ ଅଭୟ କୁମାର ପ୍ରଧାନ, ବିଶ୍ବଜିତ ରାଉତ, ହରିହର ଖମାରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଉତ୍ସବରେ ଯୋଗଦେଇ ଥିବା ସମସ୍ତ କଳାକାର ମାନଙ୍କୁ ଟ୍ରଫି , ସାଟିଫିକେଟ ଓ ଅର୍ଥରାଶି ପୁରସ୍କାର ଆକାରରେ ଦିଆଯାଇଥିଲା। କାର୍ଯ୍ୟ କ୍ରମକୁ କମିଟିର କୋଷାଧ୍ୟକ୍ଷ ଗୈରାଙ୍ଗ ଚରଣ ରାଉତ, ଗୈରାଙ୍ଗ ଚରଣ ବାରିକ, ଚୈତନ୍ୟ ମହାପାତ୍ର, ଉତ୍ତମ ବେହେରା, ଗଣେଶ ଜେନା, ସୋମନାଥ ରାଉତ, ସର୍ବେଶ୍ଵର ବେହେରା, ବସନ୍ତ ଦଳ, ପୁରୁଷୋତ୍ତମ ଦଳ, ଲମ୍ବୋଦର ଖମାରୀ,ବିଶ୍ବାନିଥ ଖମାରୀ, ଶତୃଘ୍ନ ରାଉତ ପ୍ରମୁଖ ପରିଚାଳନା କରିଥିଲେ।


