ବ୍ରହ୍ମାକୁମାରୀ ଗୀତା ପାଠଶାଳାର ସ୍ୱନକ୍ଷତ୍ର ଉତ୍ସବ ପାଳିତ

ଆସିକା (ୱାଇଏନ୍‍ଏସ୍‍): ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ଅଧିନରେ ପରିଚାଳିତ ପିତଳ ସ୍ଥିତ ଗୀତା ପାଠଶାଳାର ୨୮ତମ ସ୍ୱନକ୍ଷତ୍ର ଉତ୍ସବ ଏକ ମନୋଜ୍ଞ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗୀତା ପାଠଶାଳାର ସ୍ୱନକ୍ଷତ୍ର ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ଅବସରପ୍ରାପ୍ତ ଶିକ୍ଷକ ତଥା ବିଦ୍ୱାନ ପଣ୍ଡିତ ଦୁର୍ଗାପ୍ରସାଦ ପଣ୍ଡା ଅତିଥି ଭାବେ ଯୋଗଦେଇ ଶିବସନ୍ଦେଶ ଯାତ୍ରାର ଶୁଭାରମ୍ଭ କରିବା ସାଙ୍ଗକୁ ଶିବଧ୍ୱଜା ଉତ୍ତୋଳନ କରିିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପିତଳ ଗୀତା ପାଠଶାଳା ପକ୍ଷରୁ ଆୟୋଜିତ ଏହି ଶିବସନ୍ଦେଶ ଯାତ୍ରା ଆସନ୍ତା ଶିବରାତ୍ରୀ ପର୍ଯ୍ୟନ୍ତ ଉଦ୍ଦିଷ୍ଟ ରଥରେ ବିଭିନ୍ନ ଅଞ୍ଚଳକୁ ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ପିତଳ ଗୀତା ପାଠଶାଳାର ୨୮ତମ ସ୍ୱନକ୍ଷତ୍ର ଦିବସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ପଞ୍ଚାୟତ୍ରୀ, କାଳୁ, ରାମପ୍ରସାଦ, ନିରଂଜନ, ବୁଲୁ, ବସନ୍ତ, ରାଧାଶ୍ୟାମ, ଯୋଗୀ, ରୋହିତ, ସରୋଜ, ବଳରାମ, ନାଗେଶ୍ୱର, ମନୋଜ, ବ୍ରହ୍ମାକୁମାରୀ ଭାଗ୍ୟଲତା, ସୁଜ୍ଞାନୀ, ଧରଣୀ, ଝରଣାଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ