‘ସର୍ଦ୍ଦାର ଉଦ୍ଧମ୍‌ ସିଂ’ରେ ଭିକ୍କି, ସରିଲା ସୁଟିଂ

ଭିକ୍କିଙ୍କ ଆଗାମୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂ’ର ରିଲିଜ୍‌ ଡେଟ୍‌ ସାମ୍ନାକୁ ଆସିଯାଇଛି । ସୁଜିତ୍‌ ସରକାର ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ବର୍ଷ ଗାନ୍ଧୀ ଜୟନ୍ତୀ(ଅକ୍ଟୋବର ୨) ଅବସରରେ ପ୍ରତ୍ୟେକ ସିନେମା ଘରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି । ‘ଉରି ଦ ସର୍ଜିକାଲ ଷ୍ଟ୍ରାକ୍‌’ରୁ ପ୍ରଶଂସା ସାଉଁଟିଥିବା ଅଭିନେତା ଭିକ୍କି କୌଶାଲ ଚଳିତ ବର୍ଷ ଜାତୀୟ ପୁରସ୍କାରର ବିଜେତା ହୋଇଛନ୍ତି । ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଅପ୍ରିଲ ମାସ ଆରମ୍ଭରେ ହୋଇଥିଲା। ଯାହାର ଶେଷ ସେଡ୍ୟୁଲର ସୁଟିଂ ୟୁରୋପରେ ଶେଷ ହୋଇଛି । ଫିଲ୍ମରେ ଭିକ୍କି ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଦ୍ଧମ୍‌ ସିଂଙ୍କ ବାହାଦୂରୀକୁ ବଡ଼ ପରଦା ଉପରକୁ ଦେଖାଇବାକୁ ଯାଉଛନ୍ତି । ୧୯୧୯ରେ ହୋଇଥିବା ଜାଲିଆନାୱାଲାବାଗ୍‌ ହତ୍ୟାକାଣ୍ଡକୁ ଠିକ୍‌ ଦର୍ଶାଉଥିବା ପଞ୍ଜାବର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମାଇକେଲ ଓ’ଡାୟର୍‌ଙ୍କୁ ସ୍ୱାଧୀନତା ସଂଗ୍ରାମୀ ସର୍ଦ୍ଦାର ଉଦ୍ଧମ ସିଂ ୧୯୪୦ରେ ଲଣ୍ଡନରେ ଗୁଳି ମାରିଥିଲେ । ସୁଜିତ୍‌ ଫିଲ୍ମର ସୁଟିଂ ଶେଷ ହୋଇଥିବା ନେଇ ଏଇ କିଛିଦିନ ତଳେ ଘୋଷଣା କରିଥିଲେ । ନିର୍ଦ୍ଦେଶକ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପୂରା ଟିମ୍‌ର ଏକ ଫଟୋ ସେୟାର କରିଥିଲେ । ସୂଚନା ଥାଉ ଯେ, ଡିସେମ୍ବର ୨୬ରେ ସର୍ଦ୍ଦାର ଉଦ୍ଧମ ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ ଭିକ୍କି ଏକ ଭାବୁକ ପୋଷ୍ଟକୁ ମଧ୍ୟ ସେୟାର କରିଥିଲେ । ଭିକ୍କିଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ ରହିଛି ‘ଭୁତ୍‌ ପାର୍ଟ ୱାନ୍‌: ଦ ହଣ୍ଟେଡ୍‌ ସିପ୍‌’ ଯାହା ଆସନ୍ତା ବର୍ଷ ଫେବୃଆରୀ ୨୧ ମୁକ୍ତିଲାଭ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ