କୋକିଢିଅ-ତେଲସରା କଂକ୍ରିଟ ରାସ୍ତା ଉପରେ ମାଟି ପକାଯାଇ ହୋଇଛି ମରାମତି
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋକିଢିହ-ତେଲସରା ରାସ୍ତାଟି ପୂର୍ତ ବିଭାଗ ଅଧିନରେ ରହିଛି। ଏହି ରାସ୍ତାଟି ବିଭାଗ ପକ୍ଷରୁ ମରାମତି କାର୍ଯ୍ୟଜାରି ରହିଛି। ରାସ୍ତାର ଅନେକ ସ୍ଥାନରେ କଂକ୍ରିଟ ନଷ୍ଟ ହୋଇଥିବା ବେଳେ କେଉଁଠି ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ରାସ୍ତାର ଚାନ୍ଦପୁରା ନିକଟରେ କଂକ୍ରିଟ ଉପରେ ମାଟି ପକାଯାଇ ମରାମତି ହୋଇଥିବା ଦେଖିବାକୁ ମିଳିଛି। ମାଟି ପକାଇବା ଦ୍ୱାରା ଯାନ ବାହାନ ଯିବାରେ ଅସୁବିଧା ହେବା ସହିତ ଯଦି ବର୍ଷା ହୁଏ ତେବେ ଉକ୍ତ ମାଟି କାଦୁଅରେ ପରିଣତ ହେବ। ଏହି ରାସ୍ତାଟି ବ୍ଳକର ମୁଖ୍ୟ ସଂଯୋଗକାରୀ ରାସ୍ତା ହୋଇଥିବା ବେଳେ ପ୍ରତ୍ୟେହ ଏହି ରାସ୍ତାର ଦେଇ ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ,ମାଲବାହୀ ଗାଡି ଯିବା ଆସିବା କରିଥାନ୍ତି। ତେଣୁ ଉକ୍ତ କଂକ୍ରିଟ ଉପରେ ମାଟି ନ ପକାଇ ଠିକ୍ ଭାବେ ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏବିଷୟରେ ବିଭାଗୀୟ ଏସଡିଓ ଅଶୋକ ଜେନାଙ୍କୁ ପଚାରିବାରୁ କନିଷ୍ଠ ଯନ୍ତ୍ରୀଙ୍କ ସହିତ କଥା ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


