କେନ୍ଦ୍ରାପଡା କଲେଜ ସମ୍ମୁଖରେ ରାଜନେତାଙ୍କ ହୋର୍ଡିଂ : ଉଚ୍ଛେଦ ପାଇଁ ପୈାରପାଳିକାକୁ ଚିଠି ଲେଖିଲେ ଅଧ୍ୟକ୍ଷ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡପା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେତେକ ରାଜନେତା ନିଜର ଓ ଦଳର ପ୍ରଚାର ଓ ପ୍ରସାର କରିବା ପାଇଁ ହୋର୍ଡିଂ ମାରିଛନ୍ତି। ଏହି ହୋର୍ଡିଂକୁ ସେଠାରୁ ଉଚ୍ଛେଦ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା କେନ୍ଦ୍ରାପଡା ପୈାରପାଳିକା ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଅଧ୍ୟକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସଂପୃକ୍ତ ରାଜନେତା ଏହି ସ୍ଥାନରେ ହୋର୍ଡିଂ ମାରିବା ପାଇଁ କଲେଜ କତ୍ତୃପକ୍ଷଙ୍କ ଠାରୁ କୈାଣସି ଅନୁମତି ନେଇନାହାନ୍ତି। ତେଣୁ ଏହା ଏକ ବେଆଇନ କାର୍ଯ୍ୟ ବୋଲି ସେ କହିଛନ୍ତି। ପୂର୍ବରୁ ଏହି ସ୍ଥାନରେ କ୍ୟାବିନ ପଡିଥିଲା। ପୋଲିସ ବଳ ସାହାଯ୍ୟରେ ତାହାକୁ ହଟାଯାଇଥିଲା। ଫଳରେ ପିଲାମାନେ କଲେଜକୁ ଯିବାଆସିବା କରିବାରେ ସୁବିଧା ହୋଇଥିଲା। ଏବେ ପୁନର୍ବାର ସେହି ସ୍ଥାନଟି ରାଜନେତାଙ୍କ ହୋର୍ଡିଂ ଯୋଗୁ ଜବରଦଖଲ ହୋଇ ରହିଛି ବୋଲି ଅଧ୍ୟକ୍ଷ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏସଂକ୍ରାନ୍ତରେ ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି।


