କୋକସରା-ଚିଲିଗୁଡା ରାସ୍ତାରେ ଟ୍ରକ୍ ଦୁର୍ଘଟଣା

କୋକସରା,(ଗଣେଶ କୁମାର ଭାଟି): ୨୬ ନମ୍ବର ଜାତୀୟ ରାଜପଥରେ କୋକସରା-ଚିଲିଗୁଡା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପାଇପ୍ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ଛିଲିପାମାଲ ଗ୍ରାମର ଚିନୁ ନାଗ(୧୯) ଓ ଚିଲିଗୁଡା ଗ୍ରାମର ଉପେନ୍ଦ୍ର ହଂସ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସମୟରେ ଚିନୁ ଓ ଉପେନ୍ଦ୍ର ଚିଲିଗୁଡାରୁ ବାଇକ ଯୋଗେ କୌଣସି କାମ ପାଇଁ କୋକସରା ଆସୁଥିଲେ। ଏହି ସମୟରେ ବିପରୀତ୍ତ ଦିଗରୁ ଆସୁଥିବା ଏକ ପାଇପ୍ ବୋଝେଇ ଟ୍ରକ (ଟିଏନ୍ ୫୨ଏଇ୯୫୧୪) ସେମାନଙ୍କ ବାଇକ୍ କୁ ମୁହାଁ ମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ଫଳରେ ଚିନୁ ନାଗ ପାଇପ୍ ଭିତରେ ଫସିଯାଇଥ‌ିବାବେଳେ ଉପେନ୍ଦ୍ର ରାସ୍ତାରେ ଛିଟିକି ପଡ଼ିଥିଲେ। ଖବର ପାଇ କୋକସରା ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ ସାହାଯ୍ୟରେ ଉଦ୍ଧାର କରିଥିଲେ। ଉଦ୍ଧାର କରି ଉଭୟ ଗୁରୁତର କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ୨୬ ନମ୍ୱର ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଥିଲା। କୋକସରା ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥ‌ିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ