ତିନି ଦେଶୀ ବନ୍ଧୁକ ସହ ବାରୁଦ ଜବତ: ତିନି ଗିରଫ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଡାଙ୍ଗସୋରଡ଼ା ଫାଣ୍ଡି ତଥା ଚନ୍ଦ୍ରପୁର ବ୍ଲକ ବାଙ୍ଗାରୋଡା ବ୍ରିଜ ନିକଟରେ ବନ୍ୟ ଜନ୍ତୁ ଶିକାର ପାଇଁ ଯାଇଥିବା ବେଳେ ତିନି ଶିକାରୀକୁ ଗିରଫ କରିବା ସହ ତିନି ଦେଶୀ ବନ୍ଧୁକ ସହ ବାରୂଦ ଜବତ କରିଥିବା ଜଣାପଡିଛି, ସୂଚନା ଯେ ମଙ୍ଗଳବାର ସକାଳେ ଡାଙ୍ଗସୋରଡ଼ା ଫାଣ୍ଡିର ଏସଆଇ ମନୋରଞ୍ଜନ ବିଶ୍ୱାଳ କନେଷ୍ଟବଳ ଗିରି ପାଲକିଆ,ବେଣୁଧର ପଣ୍ଡା ପ୍ରମୁଖ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ସେହି ଅଞ୍ଚଳକୁ ଯାଇଥିଲେ ବାଙ୍ଗାରୋଡା ବ୍ରିଜ ନିକଟରେ ତିନି ଦେଶୀ ବନ୍ଧୁକ ଧରି ବନ୍ୟ ଜନ୍ତୁ ଶିକାର ପାଇଁ ରହିଥିଲେ ତୁରନ୍ତ ପୋଲିସ ଟିମ ତିନି ଜଣକୁ ଗିରଫ କରିଥିଲେ,ଉକ୍ତ ତିନିଜଣ ହେଲେ ମୁନିଗୁଡା ଥାନା ଅନ୍ତର୍ଗତ ଡାଙ୍ଗସୋରଡ଼ା ଫାଣ୍ଡି ତଥା ଚନ୍ଦ୍ରପୁର ବ୍ଲକ ଟୁରୀଗୁଡା ପଞ୍ଚାୟତ ରାମଣା ଗ୍ରାମର ଜିତୁ ପାକି(୨୩),ଚକ୍ରଧର ପାକି(୪୫) ଓ ଅନ୍ୟ ଜଣେ ଗୋବିନ୍ଦ କିନେଡି(୨୪) ଏମାନଙ୍କ ଠାରୁ ତିନି ଦେଶୀ ବନ୍ଧୁକ ସହ ବାରୂଦ ଜବତ କରାଯିବ ସହ ବିନା ଲାଇସେନ୍ସ ବନ୍ଧୁକ ରଖିବାକୁ ନେଇ ଏମାନଙ୍କ ନାମରେ ପୃଥକ ଭାବେ ତିନୋଟି କେଶ ମୁନିଗୁଡା ଥାନା ତଥା ଡାଙ୍ଗସୋରଡ଼ା ଫାଣ୍ଡି କେଶ ନମ୍ବର ୫୪/୫୫/୫୬-୨୦୨୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ମୁନିଗୁଡା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛନ୍ତି।


