୧୨ନଂ ୱାର୍ଡରେ ନିର୍ମାଣ ହେବ ଅଙ୍ଗନବାଡି ଗୃହ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ସିଙ୍ଗଡୋବ ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣକୁ ନେଇ ଗ୍ରାମରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜି ପ୍ରଶାସନିକ ଅଧିକାରୀ ମାନେ ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଦୁଇଟିଯାକ ୱାର୍ଡର ଲୋକ ମାନଙ୍କ ସହିତ ଆଲୋଚନା କରି ସରକାରଙ୍କ ଗାଇଡ଼ ଲାଇନ ଅନୁଯାଇ ୧୨ନଂ ୱାର୍ଡରେ ନିର୍ମାଣ ହେବ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଲାଗି ନିଷ୍ପତି ନେଇଛନ୍ତି। ଦୀର୍ଘ ୪୫ ବର୍ଷ ଧରି ସିଙ୍ଗଡୋବ ସ୍କୁଲରେ ଅଙ୍ଗନବାଡି ଚାଲୁଥିବା ବେଳେ ସରକାରଙ୍କ ପକ୍ଷରୁ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଅନୁଦାନ ଆସିବା ପରେ ବିବାଦ ଆରମ୍ଭ ହୋଇଥିଲା। ଗତ କିଛିଦିନ ହେଲା ୧୨ନଂ ୱାର୍ଡର ବାସିନ୍ଦା ମାନେ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ସହ ଗତକାଲି ବିଡ଼ିଓ ଏବଂ ସିଡିପିଓ ଙ୍କୁ ଭେଟି ତୁରନ୍ତ ଗୃହ ନିର୍ମାଣ ପାଇଁ ଦାବି ଜଣାଇବା ପରେ ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସବିତା ଦାଶ, ବିଡ଼ିଓ ରଞ୍ଜନ କୁମାର ପରିଡା, ସିଡିପିଓ ଉମାମଣି ମହାପାତ୍ର, ସୁପରଭାଇଜର ପ୍ରଭାସିନୀ ଜେନା ପ୍ରମୁଖ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ୧୨ନଂ ୱାର୍ଡରେ  ଅଧିକ ସଂଖ୍ୟକ ଛୁଆ ଥିବାରୁ ଓ ତହସିଲ ପକ୍ଷରୁ ଦିଆ ଯାଇଥିବା ସ୍ଥାନଟି ଉଭୟ ସାହିର ମଧ୍ୟ ସ୍ଥଳରେ ଥିବାରୁ ଏଠାରେ ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ନିଷ୍ପତି ନେଇଛନ୍ତି। ସେହିପରି  ପୁରୁଣା ସିଙ୍ଗଡୋବ ୧୨ନଂ ୱାର୍ଡରେ ଅଧିକ ସଂଖ୍ୟକ ଛୁଆ ଥିବାରୁ ସେହି ସ୍କୁଲରେ ବର୍ତମାନ ଅଙ୍ଗନବାଡ଼ି ଚଳାଇବାକୁ ନିଷ୍ପତି ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ